ଓଡ଼ିଶା

ନିଜ ହାତରେ ଫୁଟିଗଲା ଡିମାମାଇଟ୍‌, ମାଛ ମାରିବାକୁ ଫୁଟାଉଥିଲେ ବିସ୍ଫୋରକ

ବୌଦ୍ଧ() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମର୍ଜକୁଦ ନିକଟରେ ଅଘଟଣ । ମାଛ ମାରିବାକୁ ଯାଇଥିବା ବେଳେ ପୁଟିଲା ଡିନାମାଇଟ୍‌ । ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଲାଣ୍ଡିବନ୍ଧ ଗାଁର ସୁରଥ ଭୋକ୍ତା ।

ଖବର ଅନୁଯାୟୀ,  ସୁରଥ ଭୋକ୍ତା ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଡିନାମାଇଟ ପକାଇ ମାଛ ଧରିବାକୁ ପ୍ରୟାସ କରୁଥିବା ବେଳେ ନିଜ ହାତରେ ହିଁ ଫୁଟି ଯାଇଥିଲା ବୋମା । ଯାହାଫଳରେ ତାଙ୍କର ହାତ ଫାଟିବା ସହ ଦେହର ଅଧିକାଂଶ ଅଂଶ ପୋଡ଼ି ହୋଇଯାଇଛି । ଘଟଣାସ୍ଥଳରେ ସେ ଅଚେତ୍ ଅବସ୍ଥାରେ ପଡିରହିଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମୂଖ୍ୟ ଚିକି୍ସାଳୟରେ ଭର୍ତ୍ତି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com