ଓଡ଼ିଶା

ବିଜେଡିରେ ଛକାପଞ୍ଝା, ଗଣଶିକ୍ଷା ମନ୍ତ୍ରୀଙ୍କୁ ବିରୋଧ

ପିପିଲି() ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀଙ୍କ ଦ୍ୱାରା ଅଟକ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ବଜାରରେ ।

ମନ୍ତ୍ରୀ ସମୀର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ନାଗପୁର ପଞ୍ଚାୟତରେ ବିଜେଡି ସମର୍ଥିତ ଦୁଇ ଗୋଷ୍ଠୀ ମଧ୍ୟରୁ ଦୁଇ ଦୁଇ ଜଣ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଦିଆଯାଇଛି । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

schoo

ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠୀ ସମର୍ଥକ ପଶି ଚେୟାର ଭଙ୍ଗାରୁଜା କରିବା ସହ ଫ୍ଲେକ୍ସ ଚିରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ ଗୋଷ୍ଠୀ କନ୍ଦଳ ନେଇ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିବା ସହ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି।

ଏନେଇ ମନ୍ତ୍ରୀ ଦାସ କହିଛନ୍ତି, ଗଣମାଧ୍ୟମରେ କଥାକୁ ଯେପରି ଅତିରଞ୍ଜିତ କରାଯାଉଛି, ସେମିତି କିଛି ସମସ୍ୟା ନାହିଁ । ସରପଞ୍ଚ ପାଇଁ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ଲଢ଼େଇ ଚାଲିଛି। ହେଲେ ସେପରି କିଛି ସମସ୍ୟା ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com