ଓଡ଼ିଶା

ମୁମ୍ବାଇର ରାସ୍ତା ଜଳାର୍ଣ୍ଣବ,ଅନେକ ସ୍ଥାନରେ ଟ୍ରାଫିକ ପ୍ରଭାବିତ

ମୁମ୍ବାଇ ; ୯ା୯  ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁମ୍ବାଇ, ନାଶିକରେ ପ୍ରବଳ ବର୍ଷା ପରେ ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି । ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ଟ୍ରାଫିକ ପ୍ରଭାବିତ ହୋଇଛି । ନାଶିକର ମନ୍ଦିରଗୁଡ଼ିକ ମଧ୍ୟ ବନ୍ୟା ଜଳରେ ବୁଡ଼ି ଯାଇଛି । ମୁମ୍ବାଇର ଅନେକ ସ୍ଥାନରେ ୫ ଟାରୁ ୬ ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଏକ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ଯେଉଁଥିପାଇଁ ମୁମ୍ବାଇରେ ବର୍ଷା ହେବା ପରେ ରାସ୍ତାରେ ପ୍ରବଳ ଜଳସ୍ରୋତ ହୋଇଛି । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ କେନ୍ଦ୍ରୀୟ ରେଳବାଇ ର ମୁଖ୍ୟ ଲାଇନରେ ଥିବା ଟ୍ରାକରେ ଜଳ ଜମିବା କାରଣରୁ ଉପାନ୍ତ ସହର ଟ୍ରେନ୍ ସେବା ବ୍ୟାହତ ହୋଇଥିଲା । ସେପଟେ କାନ୍ଥ ଭୁଶୁଡ଼ିବା ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com