ଓଡ଼ିଶା

ରାଜ୍ୟରେ ଘନ କୁହୁଡ଼ି ସହ ଶୀତର ପ୍ରକେପ ଜାରି, ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର() ରାଜ୍ୟରେ ଘନ କୁହୁଡ଼ି ସହ ଶୀତର ପ୍ରକେପ ଜାରି ରହିବ। ରବିବାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ନେଇ ଆକଳନ କରାଯାଇଛି । କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ କୁହୁଡ଼ି ହୋଇପାରେ ।ସେହିଭଳି ସୋମବାର ଅର୍ଥାତ ୭ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡି ହୋଇପାରେ । ଉତ୍ତର ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପ କୁହୁଡ଼ି ହୋଇପାରେ । ମଙ୍ଗଳବାର ଅର୍ଥାତ ୮ ତାରିଖରେ ବି ଘନ କୁହୁଡି ଆଶଙ୍କା ଅଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com