ଓଡ଼ିଶା

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେମ କାହାଣୀ

ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ବେଶ୍ ପରିଚିତ ନାଆଁ ଟି । ଏବେ ନୁହେଁ ବରଂ ପୂର୍ବରୁ ଯେବେ ସେ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାରେ କାମ କରୁଥିଲେ । ସେ ଶିକ୍ଷା କ୍ଷେତ୍ର ହେଉ ବା ପଞ୍ଚାୟତି ରାଜ୍ ବ୍ୟବସ୍ଥା । ସବୁଥିରେ ନିଜର ଦାୟିତ୍ୱକୁ ଭଲ ଭାବେ ତୁଲାଇଥିଲେ ଅପରାଜିତା । ଯେଉଁଠି ଆଇଏସ୍ ଅଧିକାରୀ ମାନଙ୍କୁ ଚିହ୍ନୁ ନ ଥିଲେ ସେଠି ଜଣେ ଆଇଏସ୍ ଅଧିକାରୀ ଭାବେ ବେଶ୍ ନାଆଁ କାମାଇଥିଲେ ଅପରାଜିତା । କାରଣ ସେ ଅଫିସ୍ ଠାରୁ ଅଧିକ ଫିଲ୍ଡ ରେ ନିରିକ୍ଷଣ କରୁଥିଲେ ।

 

ଅପରାଜିତା ଷଡ଼ଙ୍ଗୀ ୧ ସେପ୍ଟେମ୍ବର ୧୯୬୯ ମସିହାରେ ବିହାରର ଫାଗଲପୂର୍ ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମାତା ଓ ପିତା ଦୁଇ ଜଣ ଶିକ୍ଷକ ଅଟନ୍ତି । ସେ ନାଳନ୍ଦା ୟୁନିଭର୍ସିଟିରୁ ଅର୍ଥନୀତିରେ ଗ୍ରାଯୁଏଟ ଥିଲେ । ୧୯୯୪ ମସିହାରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ ।

ସେ ସନ୍ତୋଷ ଷଡ଼ଙ୍ଗୀ ନାମକ ଜଣେ ଓଡ଼ିଶାର ଆଇଏସ ଅଧିକାରୀଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ । ସେ ୨୦୧୩ ମସିହାରେ ୫ ବର୍ଷ ପାଇଁ ଡିପାଟେସନ୍ ରେ ଦିଲ୍ଲୀ ଯାଇଥିଲେ । ସେଠାରୁ ଆସି ୨୦୧୮ ମସିହାରେ ବିଜେପି ରେ ଅଫିସିଆଲି ଯୋଗ ଦେଇଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କାର୍ଯ୍ୟାଳୟ ।

ନିଜ ମହାବିଦ୍ୟାଳୟରେ ଲାଗାତାର ତିନି ବର୍ଷ ଶ୍ରେଷ୍ଠ ନଟ୍ୟକାର ପୁରସ୍କାର ବିଜେତା, ସେହିପରି ନୂଆଦିଲ୍ଲୀରେ ଇଣ୍ଡିଆନ୍ କାଉନସିଲ ଅଫ ୱାର୍ଲଡ ଆଫାୟାର୍ସ ଦ୍ୱାରା ଆୟୋଜିତ ସର୍ବଭାରତୀୟ ବତ୍କୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହୋଇଥିଲେ ।
ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୧୯୯୪ ମସିହାରେ କୃତକାର୍ଯ୍ୟ ହୋଇଥିଲେ ।

ଉତ୍ତରାଖଣ୍ଡର ମସୁରିଠାରେ ତାଲିମ ନେବା ସମୟରେ ସେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଭେଟିଥିଲେ ଏବଂ ପରେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଭୁବନେଶ୍ୱରର ଆଇଆରସି ଭିଲେଜରେ ବାସ କରନ୍ତି ।

ଅପରାଜିତାଙ୍କ ଏତିକି ବ୍ୟକ୍ତିଗତ ଜୀବନ ମଧ୍ୟରେ ଅତି ବ୍ୟକ୍ତିଗତ କାହାଣୀ ହେଉଛି । ବିହାରର ଝିଅ ହୋଇ ସେ ଏବେ ଓଡ଼ିଶାର ବୋହୂ ଅପରାଜିତା ମିଶ୍ରାରୁ ଅପରାଜିତା ଷଡ଼ଙ୍ଗୀ । ଆଇଏଏସ ସନ୍ତୋଷ ଷଡ଼ଙ୍ଗୀକୁ ପ୍ରେମ ବିବାହ କରିଛନ୍ତି ଅପରାଜିତା । ଉଭୟେ ମସୁରୀର ଟ୍ରେନିଂ ନେବା ବେଳେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ । ପରେ ଦୁହିଁଙ୍କ ଭଲ ପାଇବା ରୂପ ନେଇଥିଲା ଆଉ ଜନ୍ମ ଜନ୍ମର ସାଥୀ ହୋଇ ଏବେ ସଂସାର କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com