ଓଡ଼ିଶା

ଦୁଇଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ବାଲିଅନ୍ତା, ୦୯/୦୯/୨୦୨୨-   ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ  କାକରୁଦ୍ରପୁର ପଞ୍ଚାୟତର ପତିତପାବନ ଉଚ୍ଚ ବିଦ୍ୟାଳୟ, କାକରୁଦ୍ରପୁର ଓ ଗାଦିବ୍ରହ୍ମ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ପୁରର ଦୁଇଟି ବିଦ୍ୟାଳୟ କୁ ୫ଟିରେ ରୂପାନ୍ତରଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲିଅନ୍ତା ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ ଓ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ନିଶ୍ଚିତ ନିଯୁକ୍ତି କର୍ମ ଯୋଜନାରେ ସମସ୍ତ ବିଦ୍ୟାଳୟ ପରିସର ମାଟିକାମ କରାଯିବା ନେଇ ନିଜ ଅଭିଭାଷଣରେ ବିଡ଼ିଓ କହିଥିଲେ । ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ନିଜ ଅଭିଭାଷଣରେ ତହସିଲଦାର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟକୁ ଜମି ପଟା ଦିଆଯିବା ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ରାଜ୍ୟ ବିଜୁଜନତା ଦଳର ମହିଳା ସଂଗଠନର ସାଧାରଣ ସମ୍ପାଦିକା ଭାଗ୍ୟଲକ୍ଷ୍ମୀ ମିଶ୍ର ସଭାପତିତ୍ୱ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com