ଓଡ଼ିଶା

ଟ୍ରକ୍‌ ଧକ୍କାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ ଘଟଣା, ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକେ

ସମ୍ବଲପୁର() ସମ୍ବଲପୁର ସାକ୍ଷୀପଡ଼ା ନିକଟରେ ଘଟିଥିବା ଦୁର୍ଘଟଣାରେ ତାତିଲେ ଲୋକେ । ଅଙ୍ଗୁରୁ ବୋଝେଇ ଟ୍ରକ୍‌କୁ ଜାଳିଦେଲେ ଲୋକେ । ସୂଚନ ଅନୁସାରେ ମର୍ଣ୍ଣିଂ ଓ୍ୱାର୍କରେ ଯାଉଥିବା ବେଳେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍ଟି ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନ ଜୀବନ ଚାଲିଯାଇଥିଲା । ଏନେଇ ମୃତଦେହ ରଖି ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ସ୍ଥାନୀୟ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ହେଲେ ଉତ୍ୟକ୍ତ ଲୋକେ ଗାଡ଼ିଟିରେ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବିକ, ଆଜି ସକାଳେ ସମ୍ବଲପୁର ସହର ସାକ୍ଷୀପଡା ମୁଖ୍ୟ ରାସ୍ତାକୁ ଜାତୀୟ ରାଜପଥ ସଂଯୋଗ କରୁଥିବା (ସେଣ୍ଟ ଜୋନ ସ୍କୁଲ ) ନିକଟସ୍ଥ ସର୍ଲା ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟେକ ଦିନ ପରି ମର୍ଣ୍ଣିଂ ଯାଉଥିବା ବେଳେ ଅଇଁଠାପାଲି ପଟୁ ଦ୍ରୁତ ଗତିରେ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବରିଷ୍ଠ ଆଇନଜୀବୀଙ୍କ ପ୍ରାଣବାୟୁ ଉଡିଯାଇଥିଲା। ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com