ଓଡ଼ିଶା

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍, ବିପୁଳ ଭୋଟରେ ଜିତିଲେ ଅଳକା ମହାନ୍ତି

ଭୁବନେଶ୍ୱର: ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା । ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ସେହିଭଳି ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।

ସୂଚନା ଥାଉକି, ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଗତ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ବ୍ରଜରାଜନଗର ଉପନିର୍ବାଚନ ।

Related Articles

Back to top button
WP Twitter Auto Publish Powered By : XYZScripts.com