Featuredଓଡ଼ିଶା

ଜଗତସିଂହପୁର ପରେ ଉମରକୋଟ, ବୟଫ୍ରେଣ୍ଡ ବିନା ଛାତ୍ରୀଙ୍କୁ କଲେଜ ମନା

ଭୁବନେଶ୍ୱର: ଜଗତସିଂହପୁର ପରେ ଉମରକୋଟରେ ବିନା ବୟଫ୍ରେଣ୍ଡରେ କଲେଜ ମନା । ଏଭଳି ଏକ ଚିଠି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡରାଣୀ କଲେଜ ନାମରେ ନକଲି ନୋଟିସ । ଏଥିରେ ଭାଲେଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ବାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ଏଥିରେ ଲେଖାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏ ସଂପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ସେ କହିଛନ୍ତି ନୋଟିସ ଟି ସଂପୂର୍ଣ୍ଣ ମିଛ । ଭାଇରାଲ ହେଉଥିବା ନୋଟିସ ନମ୍ବର ଟି ଗତ ଜାନୁଆରୀ ୨୬ ଓ ସରସ୍ୱତୀ ପୂଜା ପାଇଁ ନୋଟିସ ଜାରି ହୋଇଥିଲା । ଯାହାକୁ କପି କରି କେହି ତାହାକୁ ଭାଇରାଲ କରିଥିବା କଲେଜ ପ୍ରିନ୍ସିପାଲ ଅନିତା ମାଝୀ ପ୍ରକାଶ କରିଛନ୍ତି । ଏନେଇ ଥାନାରେ ଲିଖିତ ଅଭଯୋଗ କରାଯାଇଛି କହିଛନ୍ତି କଲେଜ ଅଧ୍ୟକ୍ଷ ।

 

Related Articles

Back to top button
WP Twitter Auto Publish Powered By : XYZScripts.com