ଜାତୀୟଭାଇରାଲ୍ ଭିଡିଓ

କଙ୍ଗନାଙ୍କୁ ନେଇ ବିଧାୟକଙ୍କ ବିବାଦୀୟ ବୟାନ

ରାଞ୍ଚି() ପୁଣିଥରେ ଜଣେ ରାଜନେତା ବିବାଦୀୟ ବୟାନ ଦେଇଛନ୍ତି। ପୂର୍ବରୁ ଅନେକ ରାଜନେତା ବଲିଉଡର ବିଭିନ୍ନ ହିରୋଇନଙ୍କ ଗାଲ ଭଳି ରାସ୍ତା ନିର୍ମାଣ ହେବ ବୋଲି କହି ବିବାଦ ସୃଷ୍ଟି କରିଥିଲେ। ଏବେ ଏହି ତାଲିକାରେ କଂଗ୍ରେସ ବିଧାୟକ ଡା ଇରଫାନ ଅନସାରୀ ଯୋଡ଼ି ହୋଇ ଯାଇଛନ୍ତି। ସେ ନିଜର ନିର୍ବାଚନ ମଣ୍ଡଳୀ ଅର୍ଥାତ ଝାରଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତାଗୁଡ଼ିକ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ଠାରୁ ଆହୁରି ଚିକ୍କଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେ ନିଜେ ଗୋଟିଏ ଭିଡିଓ ଜାରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୁଁ ସମସ୍ତଙ୍କୁ ବିଶ୍ୱାସ ଦେବାକୁ ଚାହେଁ ଯେ ଜାମତାରାରେ ୧୪ଟି ବିଶ୍ୱସ୍ତୀରୟ ମସୃଣ ରାସ୍ତା ତିଆରି ହେବାକୁ ଯାଉଛି। ଏହି ରାସ୍ତାଗୁଡ଼ିକ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ଠାରୁ ମଧ୍ୟ ଆହୁରି ଅଧିକ ଚିକ୍କଣ ହେବ। ଆମ ଆଦିବାସୀ ପିଲା, ଯୁବଗୋଷ୍ଠୀ, ବ୍ୟବସାୟୀ, ସାଧାରଣ ଲୋକ ଏହି ରାସ୍ତାରେ ଚାଲିବେ। ଚକାଚକ ରାସ୍ତା ତିଆରି ହେବ।”

ଏହି ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ଡା ଇରଫାନ ଅନସାରୀ ଲୋକଙ୍କୁ ଅଧିକ ସମୟ ମାସ୍କ ନ ପିନ୍ଧିବାକୁ କହି ବିବାଦରେ ଫସିଥିଲେ। ତେବେ ବଲିଉଡର ହିରୋଇନମାନଙ୍କ ଗାଲ ସହ ରାସ୍ତାକୁ ତୁଳନା କରିବା ରାଜନେତାମାନଙ୍କ ପାଇଁ ନୂଆ ନୁହେଁ। ୨୦୦୫ରେ ଲାଲୁ ପ୍ରସାଦ ଯାଦବ ବିହାରର ରାସ୍ତା ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ଭଳି ହେବ ବୋଲି କହିଥିଲେ। ୨୦୨୧ ନଭେମ୍ବରରେ ରାଜସ୍ଥାନର ଜଣେ ମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତାଗୁଡ଼ିକ କ୍ୟାଟ୍ରିନା କୈଫଙ୍କ ଗାଲ ସହ ସମାନ କରିଥିଲେ। ଗତମାସରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ମଧ୍ୟ ସମାନ ବୟାନ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com