ଜାତୀୟରାଜନୀତି

ଆରମ୍ଭ ହେଲା ଉଦ୍ଧବ ସରକାରଙ୍କ କାଉଣ୍ଟଡାଉନ୍‌, ସ୍ୱତନ୍ତ୍ର ଅଧିବେସନ ଡକାଇଲେ ରାଜ୍ୟପାଳ

ମହାରାଷ୍ଟ୍ରରେ ହେବ ବଡ଼ଧରଣର ରାଜନୈତିକ ଓଲଟପାଲଟ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ । କାଲି ଉଦ୍ଧବ ସରକାର ଆସ୍ଥା ଭୋଟ୍‌ର ସମ୍ମୁଖିନ ହେବେ । ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ୍‌ କରିବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନର ଶିବସେନା ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିଜେପି ସରକାର ଗଢ଼ିବା ନେଇ ଆଶାବାଦୀ ହୋଇଛି । ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକମାନେ ଓହରିବା ପରେ ସଙ୍କଟରେ ପଡ଼ିଥିଲା ଶିବସେନା । ଏପଟେ ଏବେବି ବିଦ୍ରୋହୀ ଗୋଷ୍ଠୀ ଫେରି ଆସିବେ ବୋଲି ଆଶା ରଖିଛନ୍ତି ଉଦ୍ଧବ ଠାକରେ । ସେମାନଙ୍କ ପାଇଁ ଉଦ୍ଧବ ଚିନ୍ତିତ ବୋଲି କହିଛନ୍ତି । ସେମାନେ ଶିବସେନା ସହ ଅନେକ ଦିନରୁ ଜଡ଼ିତ । ସେମାନେ କେବେ ବି ଶିବସେନାକୁ ଅଡ଼ୁଆରେ ପକାଇପାରିବେ ନାହିଁ ବୋଲି କହିଛନ୍ତି । ଏଭଳି ସଂକଟ ପଛରେ ବିଜେପିର ହାତ ଅଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

Related Articles

Back to top button
WP Twitter Auto Publish Powered By : XYZScripts.com