ଜାତୀୟ

ରାଜସ୍ଥାନ: ଲାଗୁ ହେବ ପୁରୁଣା ପେନସନ ଯୋଜନା, ୨୦୦୪ ପରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ମିଳିବ ଲାଭ

ଜୟପୁର() ରାଜସ୍ଥାନର ଅଶୋକ ଗେହଲଟ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୨୦୦୪ ପରଠାରୁ ନିଯୁକ୍ତ ହୋଇଥିବା ସରକାରୀଙ୍କୁ ମଧ୍ୟ ମିଳିବ ପେନସନ। ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କର୍ମଚାରୀଙ୍କ ବେତନ ହ୍ରାସ ନେଇ ୨୦୧୭ର ନିଷ୍ପତ୍ତିକୁ ମଧ୍ୟ ଫେଇବା ନେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ଉପରେ ହଜାରେ କୋଟି ଟଙ୍କାର ବୋଝ ବଢିବ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ‘ଆମେ ସମସ୍ତେ ଜାଣୁ ସରକାରୀ ସେବା ସହ ଜଡିତ କର୍ମଚାରୀ ନିଜ ଭବିଷ୍ୟତ ସୁରକ୍ଷିତ ଅନୁଭବ କରିବା ପରେ ନିଜ ସେବାକାଳରେ ସୁଶାସନ ପାଇଁ ନିଜର ଅମୂଲ୍ୟ ଯୋଜଦାନ ଦେଇପାରିବେ। ଏହି କାରଣରୁ ୨୦୦୪ ଜାନୁଆରୀ ୧ ପରଠାରୁ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆସନ୍ତା ବର୍ଷରୁ ପୂର୍ବ ପେନସନ ଯୋଜନା ଲାଗୁ ନେଇ ଘୋଷଣା କରୁଛି’।

ବିଶେଷଜ୍ଞ ମତ, ନୂଆ ପେନସନ ଯୋଜନାରେ ସମ୍ପୂର୍ଣ୍ଣ ରୁପେ ସେୟାର ବଜାର ଉପରେ ଆଧାରିତ ହେବା ସହ ବିପଦପୂର୍ଣ୍ଣ। ଏଥିରେ ମହାଙ୍ଗା ଭତ୍ତା ଏବଂ ଅର୍ଥ କମିଶନରଙ୍କ ସୁପାରିସର ଲାଭ ମିଳିବ ନାହିଁ। ଅନ୍ୟପଟେ ପୁରୁଣା ପେନସନ ଯୋଜନାରେ ଅନେକ ସୁବିଧା ରହିଛି । ଏପରିସ୍ଥିତିରେ ଗେହଲଟ ସରକାରଙ୍କ ଏହି ନିଷ୍ପତ୍ତି ମାଷ୍ଟ୍ରରଷ୍ଟୋକ ହୋଇପାରେ। ଉତ୍ତର ପ୍ରଦେଶ ନିର୍ବାଚନରେ ମଧ୍ୟ ପୁରୁଣା ପେନସନ ବଡ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com