ଜାତୀୟରାଜନୀତି

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଏହି ତାରିଖରେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ୍

ନୂଆଦିଲ୍ଲୀ: ପାଟିଦାର ନେତା ହାର୍ଦ୍ଦିକ ପଟେଲ ଜୁନ୍ ୨ରେ ବିଜେପିରେ ସାମିଲ ହେବେ । ନିକଟରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ ଲେଖିଛନ୍ତି ଯେ ଦଳର ରାଜନୀତି କେବଳ ବିରୋଧ କରିବାକୁ ସୀମିତ ରହିଛି । ଗାନ୍ଧୀ ନଗରରେ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ସେ ଦଳରେ ବିଦ୍ଧିବଧ ଭାବେ ସାମିଲ ହେବେ ।

ହାର୍ଦ୍ଦିକ ପଟେଲ ନିଶ୍ଚିତ କରିଛନ୍ତି ଯେ, ଜୁନ୍ ୨ ଅର୍ଥାତ୍ ଗୁରୁବାର ସେ ବିଜେପିରେ ଯୋଗଦେବେ । ଏହି ସମୟ ମଧ୍ୟରେ ରାଜ୍ୟ ସଭାପତି CR ପାଟିଲ ଉପସ୍ଥିତ ରହି ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବେ । CAA-NRC ଏବଂ ଧାରା ୩୭୦ ମଧ୍ୟ ହାର୍ଦ୍ଦିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଲେଖିଥିଲେ, ଦେଶକୁ ବିରୋଧର ଆବଶ୍ୟକତା ନାହିଁ, ବରଂ ଏକ ବିକଳ୍ପ ଯାହା ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରେ ।

ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ହେଉ, CAA-NRC ପ୍ରସଙ୍ଗ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅପସାରଣ କିମ୍ବା ଜିଏସଟି ଲାଗୁ ହେଉ । ଦୀର୍ଘ ଦିନ ଧରି ଦେଶ ସେମାନଙ୍କ ପାଇଁ ସମାଧାନ ଚାହୁଁଥିଲା । ହେଲେ କଂଗ୍ରେସ ଦଳ ଏଥିରେ ବାଧା ସୃଷ୍ଟି କରିଚାଲିଛି ।

କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ହାର୍ଦ୍ଦିକ ଟ୍ୱିଟର ହ୍ୟାଣ୍ଡେଲରେ ପାର୍ଟିରୁ ତାଙ୍କ ନାଁ ଓ ପଦ ହଟାଇଥିଲେ । ଏହାପରେ ଅନୁମାନ ଲଗାଯାଇଥିଲା କି, ସେ ହାତ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟରେ ଏବର୍ଷ ବିଧାନସଭା ନିର୍ବାଚନ ହେବ । ଫଳରେ ହାର୍ଦ୍ଦିକ ପଟେଲଙ୍କ ବିଜେପିରେ ସାମିଲେ ହେବା କଂଗ୍ରେସ ପାଇଁ ବହୁତ ବଡ ଝଟକା ଲାଗିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com