ଜାତୀୟମନୋରଞ୍ଜନ

ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କର ସମ୍ପତ୍ତି ଜାଣି ହୋଇଯିବେ ଆଶ୍ଚର୍ଯ୍ୟ; ଜାଣନ୍ତୁ ଚଳଚ୍ଚିତ୍ର ଛଡ଼ା ଆଉ କିପରି ରୋଜଗାର କରନ୍ତି ଐଶ୍ଵର୍ଯ୍ୟା?

ମୁମ୍ୱାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହିନ୍ଦି ଚଳଚ୍ଚିତ୍ର ଜଗତରେ ନାମିଦାମି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ବିଶ୍ୱସୁନ୍ଦରୀ ମୁକୁଟ ପିନ୍ଧି ସାରିଥିବା ଐଶ୍ୱର୍ଯ୍ୟା ଏବେ ବଡ଼ ପରଦାରେ ନଜର ଆସୁନାହାନ୍ତି ସତ କିନ୍ତୁ  ଏହା ସତ୍ୱେବି ସେ ଏବେ ଶହ ଶହ କୋଟି ଟଙ୍କାର ମାଲିକାଣି। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ମୋଟ ୧୦୦ ମିଲିୟନ ଡଲାର ବା ପାଖାପାଖି ୭୭୬କୋଟି ଟଙ୍କାର ମାଲିକାଣି। ତାହେଲେ ଆସନ୍ତୁ ଜାଣିବା ବଚ୍ଚନ ଐଶ୍ୱର୍ଯ୍ୟାଙ୍କ ରୋଜଗାର ବିଷୟରେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ଜଣାଶୁଣା। ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ ଐଶ୍ୱର୍ଯ୍ୟା ପ୍ରତ୍ୟକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ୧୦ ରୁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ନିଅନ୍ତି। ତାଙ୍କର ଫିସ୍ ଚଳଚ୍ଚିତ୍ରର ଭୂମିକା ଉପରେ ନିର୍ଭର କରିଥାଏ।

ଐଶ୍ୱର୍ଯ୍ୟା ଅଭିନେତ୍ରୀ ହେବା ସହିତ ଜଣେ ମହିଳା ବ୍ୟବସାୟି ମଧ୍ୟ ଅଟନ୍ତି। ଐଶ୍ୱର୍ଯ୍ୟାଙ୍କର ଏକ ଏନ୍‌ଭାୟୋର୍ଣ୍ଣମେଣ୍ଟାଲ ଇଣ୍ଟେଲିଜେନ୍ସ ଷ୍ଟାଟଅପ ରହିବା ସହିତ ସେ ଏମ୍ୱିରେ ଆଞ୍ଜେଲ ଇନଭେଷ୍ଟର ଭାବେ ଏକ କୋଟି ଟଙ୍କା ନିବେଶ କରିଛନ୍ତି। ଏହା ସହିତ ତାଙ୍କର ପସିବୁଲ ନାମକ ଏକ ସ୍ୱାସ୍ଥ୍ୟ ସେବା ଷ୍ଟାଟଅପ ରହିଛି। କିଛି ବର୍ଷ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ମହାରାଷ୍ଟ୍ରରେ ଏକ ୱିଣ୍ଡ୍‌ ପାୱାର ପ୍ରୋଜେକ୍ଟରେ ମଧ୍ୟ ନିବେଶ କରିଥିଲେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଶାଶୁ ଶ୍ୱଶୁର ଅମିତାଭ ବଚ୍ଚନ ଓ ଯୟା ବଚ୍ଚନଙ୍କ ସହିତ ତାଙ୍କର ପାରିବାରିକ ଘର ‘ଜଲସା’ରେ ରହନ୍ତି। ‘ମିଡ-ଡେ’ ହିସାବରେ ଏହାର ମୂଲ୍ୟ ୧୧୨ କୋଟି ଟଙ୍କା । ଏହା ସହିତ ଐଶ୍ୱରିଆ ରାୟ ଓ ଅଭିଷେକ ବଚ୍ଚନଙ୍କର ଦୁବାଇର ଜୁମେରିଆ ଗଲ୍ଫ ଇଷ୍ଟେଟରେ ଏକ ସୁନ୍ଦର ଘର ମଧ୍ୟ ରହିଛି। ମୁମ୍ୱାଇର ବିକେସି ଅଞ୍ଚଳରେ ଐଶ୍ୱରିଆଙ୍କର ୨୧ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ରହିଛି ଯାହାର ଗୋଟିଏ ସ୍କୋୟାର ଫୁଟକୁ ୩୮ ହଜାର ଟଙ୍କା ହିସାବରେ କିଣାଯାଇଛି ।

ଏକ୍ସଚେଞ୍ଜ ଫୋର ମିଡିଆ ହିସାବରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରତ୍ୟକ ବର୍ଷ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ କରି ୮୦ ରୁ ୯୦ କୋଟି ଟଙ୍କା ରୋଜଗାର କରନ୍ତି ଓ ଗୋଟିଏ ଦିନରେ ସେ ବିଜ୍ଞାପନ ପାଇଁ ସେ ୬ରୁ ୭ କୋଟି ଟଙ୍କା ନିଅନ୍ତି। ଲୋରିଆଲ, ଲକ୍ସ, ନକ୍ଷତ୍ର ଡାଏମଣ୍ଡ ଜୁଏଲାର୍ସ, ଟାଇଟାନ ୱାଚେସ, ଲାକମି କସ୍ମେଟିକ୍ସ, ଫିଲିପ୍ସ, ପ୍ରେଷ୍ଟିଜ, ପେପ୍ସି ଓ ଲୋଧା ଗୃପ ଭଳି ବିଭିନ୍ନ ବ୍ରାଣ୍ଡରେ ଐଶ୍ୱରିଆ ବିଜ୍ଞାପନ କରନ୍ତି।

ଐଶ୍ୱର୍ଯ୍ୟା ରାୟ ଅନେକ ସୁନ୍ଦର ଦାମି ଗାଡ଼ିର ମଧ୍ୟ ମାଲିକାଣି ଅଟନ୍ତି। ତାଙ୍କ ପାଖରେ ୭.୯୫କୋଟିର ରୋଲ୍ସ ରୟେସ ଘୋଷ୍ଟ, ୧.୬୦ କୋଟିର ମର୍ସିଡିଜ ବେଞ୍ଜ, ୧.୫୮ କୋଟିର ଅଡି ଏ8ଏଲ ଭଳି କାର୍‌ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com