ଜାତୀୟ

ମୁଁ ତ୍ରିରଙ୍ଗା ଉଡ଼ାଇବି ନାହିଁ: ପ୍ରଧାନ ଶିକ୍ଷୟତ୍ରୀଙ୍କ ଏପରି ମନ୍ତବ୍ୟ ପରେ ମୁଣ୍ଡ ଟେକିଲା ବିବାଦ

ନିଜକୁ ଖ୍ରୀଷ୍ଟିଆନ୍ କହି ତ୍ରିରଙ୍ଗା ପାତାକା ଉଡ଼ାଇବାକୁ ମନା କଲେ ପ୍ରଧାନ ଶିକ୍ଷୟିତ୍ରୀ। ତାମିଲନାଡୁ ଧର୍ମପୁରୀ ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ତାମିଲସେଲଭୀ ଏପରି କହିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ସ୍ୱାଧିନତା ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ତ୍ରିରଙ୍ଗା ଉଡ଼ାଇବାକୁ ମନା କରିବା ସହ ସାଲ୍ୟୁଟ୍ କରିବାକୁ ମଧ୍ୟ ମନା କରିଦେଇଥିଲେ। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।   ଚଳିତ ବର୍ଷ ତାମିଲସେଲଭୀ ପ୍ରଧାନଶିକ୍ଷୟିତ୍ରୀ ପଦରୁ ଅବସର ଗ୍ରହଣ କରିବେ। ତେଣୁ ସ୍କୁଲ୍‌ରେ ଅଗଷ୍ଟ ୧୫କୁ ତାଙ୍କର ଅବସରକାଳୀ ସମ୍ବୋର୍ଦ୍ଧନା ପାଇଁ ଆୟୋଜିତ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତାମିଲସେଲଭୀ ତାଙ୍କ ଧର୍ମ ଏପରି କରିବାକୁ ଅନୁମତି ଦେଉନି ବୋଲି କହିବା ପରେ ସହାୟକ ପ୍ରଧାନଶିକ୍ଷୟିତ୍ରୀ ସ୍କୁଲ୍‌ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହାପରେ ତାମିଲସେଲ୍‌ଭୀ ଏକ ରେକର୍ଡ ହୋଇଥିବା ଭିଡିଓ ନିଜ କାର୍ଯ୍ୟକୁ ଉଚିତ୍ ବୋଲି ଦର୍ଶାଇ ତର୍କ ରଖିଥିଲେ।  ୟାକୁବୋ ଖ୍ରୀଷ୍ଟିଆନ୍‌ ଭାବରେ ସେ ଉଚିତ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ତେବେ ତ୍ରିରଙ୍ଗାକୁ ଅସମ୍ମାନ କରୁ ନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଆମେ କେବଳ ଭଗବାନକୁ ସାଲ୍ୟୁଟ୍ କରୁ ଆଉ କାହାକୁ ନୁହେଁ। ଆମେ ତ୍ରିରଙ୍ଗାକୁ ସମ୍ମାନ ଦେଉ କିନ୍ତୁ ଆମେ କେବଳ ଇଶ୍ୱରକୁ ସାଲ୍ୟୁଟ୍ କରିବୁ।  ତେଣୁ ମୁଁ ସହାୟକ ପ୍ରଧାନଶିକ୍ଷୟତ୍ରୀଙ୍କୁ ପତାକା ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦେଇଥିଲି ବୋଲି ତାମିଲସେଲ୍‌ଭୀ ରେକର୍ଡ ହୋଇଥିବା ଭିଡିଓରେ କହିଛନ୍ତି।  ଏହାପରେ ଧର୍ମପୁରୀ ମୁଖ୍ୟ ଶିକ୍ଷାଧିକାରୀଙ୍କ ପାଖରେ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି। ଏଥିରେ କୁହାଯାଇଛି ଯେ ପୂର୍ବରୁ ସ୍ୱାଧୀନତା ଦିନମାନଙ୍କରେ ପ୍ରଧାନଶିକ୍ଷୟତ୍ରୀ ଦେହ ଅସୁସ୍ଥ ବୋଲି କହି ଛୁଟି ନିଅନ୍ତି। ଚଳିତ ବର୍ଷ ସେ ଧର୍ମର ଦ୍ୱାହୀ ଦେଇ ପତାକା ଉତ୍ତୋଳନ କରିବାକୁ ମନା କରିଦେଇଛନ୍ତି ବୋଲି ଅଭିଯୋଗରେ କୁହାଯାଇଛି। ତାମିଲସେଲ୍‌ଭୀଙ୍କ ଉପରେ ଏକ ସରକାରୀ ସଂସ୍ଥାନରେ ଧାର୍ମିକ ଅଭ୍ୟାସ କରୁଥିବା ଅଭିଯୋଗ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com