ଜାତୀୟ

ଝୁମ୍ପୁଡି ଘରେ ସଞ୍ଚୟ କରିଥିଲେ ଲକ୍ଷ ଲକ୍ଷ ଟଙ୍କା, ଭିକାରୁଣୀଙ୍କ ମୃତ୍ୟୁ ପରେ ବିପୁଳ କଏନ ଉଦ୍ଧାର

କୋଲକାତା: ଚିରାଫଟା ପୋଷାକ ପିନ୍ଧି ଘର ଘର ବୁଲି ସେ ଭିକ ମାଗୁଥିଲେ । ଯାହା ବି କିଛି ମିଳୁଥିଲା ସେଥିରେ ହିଁ ନିଜ ପେଟ ଭରୁଥିଲେ । ନିଜ ଭଙ୍ଗା କୁଡ଼ିଆରେ ରହୁଥିବା ମହିଳାଙ୍କ ପୁଅ ତାଙ୍କୁ ଛାଡି ପଳାଇଯାଇଥିଲେ ବି ପଡୋଶୀ ତାଙ୍କୁ ପର କରିନଥିଲେ ।  ପୁଅ ସିନା ଭୁଲିଯାଇଥିଲା କିନ୍ତୁ ପଡୋଶୀ ତାଙ୍କର ଦେଖାଶୁଣା କରୁଥିଲେ ।  ଆଉ ମୃତ୍ୟୁ ପରେ ପଡୋଶୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଛାଡିଦେଇ ଚାଲିଯାଇଛନ୍ତି ଜଣେ ମହିଳା ଭିକାରି ।  ମହିଳାଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଯେତେବେଳେ ସ୍ଥାନୀୟ ଲୋକ ଝୁମ୍ପୁଡ଼ିରେ ଥିବା ଖଣ୍ଡେ ଭଙ୍ଗା ବାକ୍ସକୁ ଖୋଲିଥିଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବାକ୍ସ ଖୋଲାଯିବା ମାତ୍ରେ ସେଥିରେ ପୁଳା ପୁଳା କଏନ ହିଁ ଥିଲା ।
ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଇସ୍‌ଲାମପୁରରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏହି ଅଞ୍ଚଳରେ କନିକା ମହନ୍ତ ନାମକ ମହିଳା ଜଣକ ରହୁଥିଲେ। ତାଙ୍କର ଏକମାତ୍ର ପୁଅ ତାଙ୍କୁ ଛାଡି ଚାଲିଯିବା ପରେ ସେ ଭିକ ମାଗି ନିଜ ପେଟ ପୋଷୁଥିଲେ । କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଆଉ ତାଙ୍କ ପୁଅକୁ ଏବାବଦରେ ଖବର ଦିଆଯାଇଥିଲା । ତେବେ ପୁଅ ନ ଆସିବାରୁ ପଡୋଶୀମାନେ ମିଶି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ମହିଳାଙ୍କ ରୀତିନୀତି ସରିବା ପରେ ଯେତେବେଳେ ତାଙ୍କ ପଡ଼ୋଶୀମାନେ ମହିଳାଙ୍କ ଘରକୁ ଯାଇଥିଲେ, ସେଠାରେ ଏକ ଭଙ୍ଗା ବାକ୍ସ ମିଳିଥିଲା ​​।
ଯେତେବେଳେ ପଡ଼ୋଶୀମାନେ ସେହି ବାକ୍ସ ଖୋଲିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଥିଲା । ଏହି ସୂଚନା ତାଙ୍କ ପୁଅ ବାବୁ ମହନ୍ତ ଜାଣିବା ପରେ ଆସି ଟଙ୍କା ନେବାକୁ ଜିଦ ଧରିଥିଲେ ।  ତେବେ ପଡୋଶୀ କହିଛନ୍ତି ଯେ ଏହି ଟଙ୍କାକୁ ବ୍ୟାଙ୍କରେ କନିକାଙ୍କ ନାମରେ ରଖାଯିବ ଓ ଏହି ଟଙ୍କା ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com