ଜାତୀୟରାଜନୀତି

ମଣିପୁରରେ ପୁଣି ସରକାର ଗଢ଼ିପାରେ ବିଜେପି, ପଛରେ ରହିଛି କଂଗ୍ରେସ

ନୂଆଦିଲ୍ଲୀ() ମଣିପୁର ବିଧାନସଭା ନିର୍ବାଚନର ଫଳ ଘୋଷଣା ହୋଇନଥିଲେ ବି ଏବେ ପର୍ଯ୍ୟନ୍ତ ଭୋଟ ଗଣତିରୁ ସରକାରରେ ଥିବା ଭାରତୀୟ ଜନତା ପାର୍ଟି ଲିଡ୍‌ରେ ରହିଛି । ପୁଣିଥରେ ସରକାର ଗଢ଼ିବା ପାଇଁ ବିଜେପିକୁ ୩୧ ସିଟ୍‌ ଦରକାର ଥିବା ବେଳେ ଏବେ ଏହା ୩୦ ସିଟ୍‌ରେ ପହଞ୍ଚିଛି । ଅନ୍ୟପଟେ କଂଗ୍ରେସ ଏକ ପ୍ରକାର ଅମାନତ ହରାଇବା ସ୍ଥିତିରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ୬ ଟି ସିଟ୍‌ ହାତେଇ ଥିବା ବେଳେ ଅନ୍ୟାନ୍ୟ ୨୪ଟି ସିଟ୍‌ ହାତେଇଛନ୍ତି ।

ମେଣ୍ଟ ସରକାରରେ ଭାଗୀଦାର ଥିବା ନାସ୍‌ନାଲ୍‌ ପିପୁଲ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିଛି । ଦଳ ୬ସିଟ୍‌ରେ ଆଗରେ ରହିଛି।  ଏଥି ସହିତ ନଗା ପିପୁଲ୍ସ ଫ୍ରଣ୍ଟ ୫ ସିଟ୍‌ରେ ଆଗୁଆ ରହିଛି । ଜନତା ଦଳ ୨ଟି ସିଟ୍‌ରେ ଆଗୁଆ ରହିଛି ।

ରିପୋର୍ଟ ମୁତାବିକ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କେପି ଶରତଚନ୍ଦ୍ରଙ୍କୁ ପାଖାପାଖି ୧୮ ହଜାର ଭୋଟରେ ହରାଇଛନ୍ତି । କିନ୍ତୁ ଆଧିକାରୀକ ସ୍ତରରେ ଫଳ ଏବେ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com