ଜାତୀୟରାଜନୀତି

କଂଗ୍ରେସ ସର୍କସରେ ପରିଣତ ହୋଇଥିବା କହିଥିଲେ ଭଗବନ୍ତ; ମାଙ୍କଡର ସ୍ଥାନ ଖାଲିଥିବା କହି ଜବାବ ଦେଲେ ମୁଖ୍ୟମନ୍ତ୍ରୀ ଚନ୍ନି

ଚଣ୍ଡିଗଡ଼: ନିର୍ବାଚନୀ ପ୍ରଚାର ମଧ୍ୟରେ ବିରୋଧୀ ଦଳ ପରସ୍ପରକୁ ସମାଲୋଚନା କରିବାକୁ କେବେବି ଭୁଲନ୍ତି ନାହିଁ। ପୂର୍ବରୁ ଏହା ହୋଇଥିବା ବେଳେ ଚଳିତ ନିର୍ବାଚନୀ ଋତୁରେ ମଧ୍ୟ ତାହା ଦେଖିବାକୁ ମିଳୁଛି। ବିଶେଷ କରି ପଞ୍ଜାବରେ ମତଦାନ ପୂର୍ବରୁ ଏବେ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଜୋରସୋରରେ ଚାଲିଛି। କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ୍, କଂଗ୍ରେସ ଦଳ ପଞ୍ଜାବରେ ସର୍କସରେ ପରିଣତ ହୋଇଥିବା କହିଥିଲେ। ଆଜି ଏହାର ଜବାବ ଦେଇ ଭଗବନ୍ତଙ୍କୁ ମାଙ୍କଡ଼ ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି।

ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି‌ ଯେ, କଂଗ୍ରେସ ଦଳ ପଞ୍ଜାବରେ ଯଦି ସର୍କସରେ ପରିଣତ ହୋଇଛି ତେବେ ସର୍କସରେ ଏବେ କେବଳ ମାଙ୍କଡ଼ର ଅଭାବ ରହିଛି। ସେମାନଙ୍କୁ ଯୋଗଦେବାକୁ ସ୍ୱାଗତ। ଦିଲ୍ଲୀ, ହରିୟାଣା, ୟୁପି, ଯେଉଁ ରାଜ୍ୟରୁ ଚାହିଁଲେ ବି ଯୋଗ ଦେଇପାରିବେ। ସେମାନଙ୍କୁ ଆମେ ସ୍ବାଗତ କରିବୁ।

Have vacancy for monkey: CM Channi hits back at Bhagwant Mann over ‘Congress is circus’ remark
indiatoday

ତେବେ ପଞ୍ଜାବ ମତଦାନ ପୂର୍ବରୁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେ‌ଳେ କହିଥିଲେ ଯେ, କଂଗ୍ରେସ ଦଳ ପଞ୍ଜାବରେ ସର୍କସରେ ପରିଣତ ହୋଇଛି। ଚନ୍ନି ସାହେବ ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ହାରିବାକୁ ଯାଉଛନ୍ତି। ଆପ ତାଙ୍କୁ ପରାସ୍ତ କରିବାକୁ ଯାଉଛି। ସେ ଜଣେ ବିଧାୟକ ହୋଇପାରିବେ ନାହିଁ, ମୁଖ୍ୟମନ୍ତ୍ରୀ ହେବା କଥା ଦୂରରେ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com