Breaking NewsFeaturedଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ଅଷ୍ଟ୍ରେଲିଆରେ ରହସ୍ୟମୟ ଜୀବର ଭିଡିଓ ଭାଇରାଲ…

ଲୋକେ କହିଲେ ଫିଲ୍ମର ରାକ୍ଷସ ଭଳି ଦେଖାଯାଉଛି

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବିଚିତ୍ର ଏବଂ ରହସ୍ୟମୟ ଜୀବଜନ୍ତୁଙ୍କୁ ନେଇ ତିଆରି ହୋଇଛି ପୃଥିବୀ । ଆଜିବି ଅନେକ ଏପରେ ଜୀବଜନ୍ତୁ ଅଛନ୍ତି ଯେଉଁମାନଙ୍କ ବିଷୟରେ କେହି ଜାଣିନଥିବେ । ଆଉ ବେଳେ ବେଳେ ଏମିତି ଅଜଣା ଜନ୍ତୁ ମାନଙ୍କୁ ଠାବ କରାଯାଇଥାଏ । ଯାହାକୁ ଦେଖି ଲୋକମାନେ ଅନେକ ପ୍ରକାରର ଯୁକ୍ତି ବାଢିଥାନ୍ତି । ନିକଟରେ ଅଷ୍ଟ୍ରେଲିଆରେ ଏମିତି ଏକ ଜୀବକୁ ଠାବ କରାଯାଇଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହବୋରେ ଲାଗିଛି । ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ଲକ୍ଷ ଲକ୍ଷ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କୀଟ ଏବଂ ବିଛା ମଧ୍ୟରେ ଏକ ମିଶ୍ରଣ ହୋଇଥିବା ଜନ୍ତୁ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଏହି ଅଜବ ଜନ୍ତ୍‌ୁର ଡେଣା ଏବଂ ଲାଞ୍ଜ ଥିବା ଦେଖାଯାଉଛି । ଏହି ଚିତାକର୍ଷକ ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୧୦ ମିଲିୟନରୁ ଅଧିକ ଥର ଲୋକମାନେ ଦେଖି ସାରିଲେଣି । ସେହିପରି ଏହି ଭିଡିଓରେ ହଜାର ହଜାର ଦର୍ଶକଙ୍କ ମନ୍ତବ୍ୟ ବେସ ଆକର୍ଷିତ କରିଛି । ଜଣେ ୟୁଜର୍ସ ନିଜର ମତ ରଖି ଲେଖିଛନ୍ତି ଅଷ୍ଟ୍ରେଲିଆ ସୁନ୍ଦର ଦେଖାଯାଉଛି, କିନ୍ତୁ କୀଟପତଙ୍ଗ ବନ୍ଧୁକ ଧରି ସିଗାରେଟ ଟାଣନ୍ତି । କେବେ ଯିବିନାହିଁ । ଅନ୍ୟ ଜଣେ ଏହାର ଉତ୍ତରରେ ଲେଖିଛନ୍ତି ହଁ, ନା ଅଷ୍ଟ୍ରେଲିଆ ଯିବାର ଅନ୍ୟ କୌଣସି କାରଣ ଥିବ । ଅନ୍ୟ ଜଣେ ୟୁଜର୍ସ କରିଛନ୍ତି ଏହା ଏଲିଅନ ଭଳି ଦେଖା ଯାଉଛି ଏବଂ ଏଲିଅନଙ୍କ ସହ ଏହାର ଲିଙ୍କ ଅଛି ଏହା ଜୁମାନଜୀ, ଏଲିଅନ ଏବଂ ଷ୍ଟାରସିପ ଟ୍ରୁପସ ଭଳି ଚଚ୍ଚିତ୍ରେରେ ଦେଖାଯାଇଥିବା ରାକ୍ଷସଙ୍କ ଭଳି ଦେଖାଯାଉଛି ।

କ୍ରିଏଟର ଫ୍ରମ ହେଲ ଅଷ୍ଟ୍ରେଲିଆ ଏହି ଭିଡିଓକୁ ପୋଷ୍ଟ କରି ଦାବି କରିଛି ଯେ ପାର୍ଥ ଠାରୁ ପ୍ରାୟ ୧୦ ଘଣ୍ଟା ଦୂରରେ ପଶ୍ଚିମ ଅଷ୍ଟ୍ରେଲିଆର ଲାଭାରଟନ ସହରରେ ଏହି ଅଜବ ପ୍ରକାରର କୀଟକୁ ଦେଖିବାକୁ ମିଳିଥିଲା । ହେଲେ ନ୍ୟୁଜ ଡଟ କମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଅଷ୍ଟ୍ରେଲିଆ ମ୍ୟୁଜିୟମର ଏଣ୍ଟୋମୋଲୋଜିର କ୍ୟୁରେଟର ନିକୋଲାଇ ଟାଟାରନିକ ପାର୍ଥରେ ଅବସ୍ଥିତ ଟାଟାରନିକ କୀଟକୁ ଏକ ଚାଲିବା ବାଡି କୀଟ ବୋଲି ଚିହ୍ନଟ କରିଥିଲେ । ଯାହା ଫାସମାଟିଟା ପରିବାରର ଅନ୍ତର୍ଭୂକ୍ତ ଅଟେ । ସେହିପରି ଅଧିକାଂଶ ଲୋକେ ଏହି କିଟକୁ ଚିହ୍ନଟ କରି କହିଛନ୍ତି ଯେ ଏହି ପରିବାର ମଧ୍ୟରେ ଥିବା କେତେକ ପ୍ରଜାତି ଶୀକାରୀଙ୍କୁ ରୋକିବା ପାଇଁ ଚମତ୍କାର ପ୍ରଦର୍ଶନ କରିଥାନ୍ତି । ଯାହା ଡିମାଟିକ ଆଚରଣ ଭାବରେ ବେସ ଜଣାଶୁଣା । ତେବେ ଏହା ପ୍ରଥମ ନୁହଁ ଅଷ୍ଟ୍ରେଲିଆରେ ପୂର୍ବରୁ ମଧ୍ୟ ଏମିତି ଅନେକ ଅସାଧାରଣ ଏବଂ ଅଦ୍ଭୁତ ପ୍ରକାରର ଜୀବ ଦେଖୁବାକୁ ମିଳିଛି ଯାହା ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।

ଦେଖନ୍ତୁ ଭିଡିଓ:

Related Articles

Back to top button
WP Twitter Auto Publish Powered By : XYZScripts.com