Featured

କେଉଁ ମଦ କୁ ଅଧିକ ପିଅନ୍ତି ଲୋକେ ? ସାମ୍ନାକୁ ଆସିଲା ସାଙ୍ଘାତିକ ରିପୋର୍ଟ

ଭୁବନେଶ୍ୱର: କରୋନା ପରେ ମଦ କାରବାରରେ ବହୁତ ବୃଦ୍ଧି ଘଟିଛି। ଏକ ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ମଦ ବିକ୍ରି ୨୦୨୧ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ହୋଇ ଚାରି ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଲୋକମାନେ ଅଧିକ ବିଦେଶୀ ମଦ ପିଉଛନ୍ତି। ରମ୍, ଭୋଡା, ୱିସ୍କି ଏବଂ ବ୍ରାଣ୍ଡି ଭଳି ସମସ୍ତ ପ୍ରମୁଖ ବ୍ରାଣ୍ଡର ମଦ ର ଚାହିଦା ବହୁତ ବୃଦ୍ଧି ପାଇଛି ।

କରୋନା ଅବଧିରେ ମଦ ବିକ୍ରି ଜାରି ରହିଥିଲା, କିନ୍ତୁ ପ୍ରିମିୟମ ମଦ ବିକ୍ରିରେ ହ୍ରାସ ଘଟିଥିଲା । ବର୍ତ୍ତମାନ ବ୍ୟବସାୟରେ ଉନ୍ନତି ହୋଇଛି ।

ରିପୋର୍ଟ ଅନୁଯାୟୀ, ଏହି ସମୟରେ ହ୍ୱାଇଟ ସ୍ପିରିଟ୍ ବିକ୍ରୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ବର୍ଷ ହ୍ୱିସ୍କି ଏବଂ ବ୍ରାଣ୍ଡି ବିକ୍ରିରେ ୧୧ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଥିବାବେଳେ ରମ ବିକ୍ରିରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି। ଭୋଡା ବିକ୍ରି ୨୫% ଏବଂ ଜିନ୍ ବିକ୍ରି ୬୫% ବୃଦ୍ଧି ପାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com