ଓଡ଼ିଶା

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦମ୍ଭୋକ୍ତି, ୩ ମହାନଗର ନିଗମ ସହ ଶହେରୁ ଅଧିକ ପୌରାଞ୍ଚଳ ଦଖଲ କରିବ ବିଜେଡି

ଭୁବନେଶ୍ୱର : ପାଖେଇ ଆସୁଛି ପୌର ନିର୍ବାଚନ । ପ୍ରାର୍ଥୀପତ୍ର ଦାଖଲ ସରିଲାଣି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ରହିଛି ବାକି । ତେବେ ତିନି ମହାନଗର ନିଗମ ଦଖଲ ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି ଜୋରଦାର୍‌ ପ୍ରସ୍ତତି । ବିଜେଡି ଦଳ ମଧ୍ୟ ନିର୍ବାଚନରେ ବିଜୟୀ ପାଇଁ କସରତ ଆରମ୍ଭ କରିଦେଇଛି ।
ତେବେ ମନ୍ତ୍ରୀ ସୁଶାନ୍ତ କହିଛନ୍ତି ଯେ,  ତିନି ମହାନଗର ନିଗମ ସମେତ ୧୦୦ରୁ ଅଧିକ ପୌରାଞ୍ଚଳ ଦଖଲ କରିବ ବିଜେଡି। ପଞ୍ଚାୟତ ଠାରୁ ଅଧିକ ଭଲ ହେବ ପୌର ନିର୍ବାଚନ । ୧୦୯ ପୌର ପରିଷଦରୁ ୧୦୦ରୁ ଅଧିକ ପୌର ପରିଷଦ ବିଜେଡି ଅକ୍ତିଆର କରିବ । ତିନି ମହାନଗର ନିଗମରେ ବିଜେଡି ବାଜିମାତ କରିବ । ୨୦୧୭ ଓ ୨୦୧୯ରେ ସ୍ଥିତି ଅଲଗା ଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ବଢ଼ିଛି । ପୌର ନିର୍ବାଚନ ସ୍ଥାନୀୟ ଲୋକଙ୍କ ସମସ୍ୟା ନେଇ ହେଉଥିବାରୁ ବିଜେଡି ଜିତିବ । ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com