ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପିଟିସନ ଖାରଜ, ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ଦୁଇଟି ପିଟିଶନକୁ ଆଜି ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଦୁଇଟି ପିଟିଶନକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହାସହ କୋର୍ଟ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା କରିଛନ୍ତି। ବିଚାରପତି ବି.ଆର୍‌. ଗଭାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଗତ ୯ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍ ସ୍ପେଶାଲ ଲିଭ୍ ପିଟିଶନ ଆବେଦନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com