ଓଡ଼ିଶା

ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ, ନଗଡ଼ାରେ ରକର୍ଡ, ନିୟମଗିରିରେ ୮୦ପ୍ରତିଶତ

ଭୁବନେଶ୍ୱର() ରାଜ୍ୟରେ ସରିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମୋଟ ୭୩ ପ୍ରତିଶତ ଭୋଟ ହୋଇଛି । ଏନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । କମିଶନର କହିଛନ୍ତି ଯେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ହେଲେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ସଂଖ୍ୟା ଆସିନାହିଁ । ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ଭୋଟ ପ୍ରତିଶତ ବୃଦ୍ଧି ହୋଇପାରେ ।

ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ୪ରୁ ୫ଟି ସ୍ଥାନରେ ବିଭିନ୍ନ କାରଣରୁ ମତଦାନରେ ବାଧା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିଲାପରେ ପଦକ୍ଷେପ ନଆଯିବ । ଅନ୍ୟପଟେ ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ଭୋଟ ହୋଇଛି । ନଗଡ଼ାରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି । ମୋଟ ୮୩ ପ୍ରତିଶତ ଭୋଟ ହୋଇଛି । ସେହିପରି ମାଓପ୍ରବଣ ଅଞ୍ଚଳ ନିୟମଗିରିରେ ୮୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com