ଓଡ଼ିଶା

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୪ ଯାତ୍ରୀ ଗୁରୁତର

ଧର୍ମଗଡ() ଟ୍ରକକୁ ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ । କୋକସରା ବ୍ଲକ ଜାତୀୟ ରାଜପଥ ୨୬ ରେଙ୍ଗାଳପାଲି ଛକ ନିକଟରେ ଆଜି ଭୋର ସମୟରେ ଝାରସୁଗୁଡାରୁ ମାଲକାନଗିରି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ରାସ୍ତା କଡରେ ଠିଆ ହୋଇଥିବା ଏକ ଥଣ୍ଡା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି । ଦୁର୍ଘଟଣା ହୋଇଥିବା ଟ୍ରକ ଓ ବସକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com