Featuredଓଡ଼ିଶା

ପରୀକ୍ଷା ସେଣ୍ଟରରେ ବନ୍ଦ ରହିବ ଶିକ୍ଷକ ମାନଙ୍କ ଫୋନ

ଆସନ୍ତା କାଲି ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। କିଭଳି ଭାବରେ ପରୀକ୍ଷା ଗୁଡିକ ସୁରୁଖୁରୁରେ ହେବ ତାହାକୁ ନେଇ ବ୍ୟପକ ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ରହି ଥିବା ବେଳେ ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ ଟାରେ ସରିବ ।

ଏଥିପାଇଁ ପରୀକ୍ଷାର୍ଥୀ ମାନଙ୍କୁ ଏକ ଘଣ୍ଟା ପୂର୍ବରୁ ଆସିବାକୁ ସୂଚନା ଦିଆଯାଇଛି । କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ଏହା ସହିତ ଏହି ସ୍ପେଶାଲ ଟିମ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ସରପ୍ରାଇଜ ଭିଜିଟ କରିବେ । ପୋଲିସ ଏସ୍କର୍ଟରେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯିବ । ଯେଉଁ ଦିନ ପରୀକ୍ଷା ସେହି ଦିନ ସକାଳେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠାଯିବ । ସକାଳ ୬ରୁ ୭ ଭିତରେ ପରୀକ୍ଷା କେନ୍ଦ୍ର ରେ ପ୍ରଶ୍ନ ପତ୍ର ପହଞ୍ଚିବ । ମୋଟ ୩୧୬ ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ଶିକ୍ଷକ ମାନେ ତାଙ୍କ ଫୋନକୁ ସ୍ୱିଚ ଅଫ କରି ନିଦ୍ଦିଷ୍ଟ ସ୍ଥାନରେ ରଖିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com