Featuredଓଡ଼ିଶା

କମ୍ପୁଛି ମହାରାଜା କଂସଙ୍କ ରଙ୍ଗ ମହଲ, ଆଜି ଗୋପପୁର ଭ୍ରମଣ କରିବେ କୃଷ୍ଣ

ଭୁବନେଶ୍ୱର: ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିବସରେ ମଥୁରା ନଗରୀରେ ମହାରାଜା କଂସଙ୍କ ରଙ୍ଗ ମହଳ ଦରବାରକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉଦଘାଟନ କରିଥିଲେ। ଏହି ଅବସରରେ ଆସନ୍ତା ୧୦ ଦିନ ଧରି ଏହି ମଞ୍ଚରେ ଲୋକ କଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଂଜନ କରିପାରିବ ବୋଲି ସେ କହିଥିଲେ। ଉଦଘାଟିନି ଉତ୍ସବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା, ଟପ୍ପୋ କୃତି ବାସ ରାଉତ, ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ରଙ୍ଗ ମହଳର ଆବାହକ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କଂସ ମହାରାଜା ନଗର ଭ୍ରମଣରେ ବାହାରି ବରଗଡ଼ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଆଜି ତୃତୀୟ ଦିନରେ ମଥୁରା ନଗରୀ ଠାରେ କଂସ ମହାରାଜଙ୍କ ରାମେଶ୍ୱର ମହାଦେବ ଦର୍ଶନ ରାଜଗୃହ ପ୍ରବେଶ,ବିଜୁଳି କନ୍ୟାକୁ ପାଷାଣରେ ପ୍ରହାର, ଦୈଵବାଣୀ ଓ ରାଜଦରବାରରେ କଂସଙ୍କ ମନ୍ତ୍ରଣା କାର୍ଯ୍ୟକ୍ରମ ରହିଛି । ସେହିପରି ଅମ୍ବାପାଲି ପାଳଟିବ ଗୋପପୁର, ଆଜି ଅପରାହ୍ନରେ ଗୋପପୁରରେ ନନ୍ଦ ଦରବାର ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିବାବେଳେ ନନ୍ଦୋଉତ୍ସବ,କୃଷ୍ଣଙ୍କ ଦୋଳି ଖେଳ,ରାସନୃତ୍ୟ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣର କାର୍ଯ୍ୟକ୍ରମ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com