ଓଡ଼ିଶା

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 8 ଜଣ ଗିରଫ

ପୁରୀ() କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ଗ୍ରାମପଂଚାୟତ ରେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣାରେ 8 ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ ।case no 50/2022 ଓ 51/2022 ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଥିଲା ପୋଲିସ । ଗତକାଲି ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାକ୍ଷ ପ୍ରମାଣ ଆଧାରରେ 8 ଜଣଙ୍କୁ ଗିରଫ କରିଛି ପୋଲିସ ।ଏମାନଙ୍କ ନାମରେ 341,323,325,294,506, 307, 395, 34/IPC ଭଳି ସଙ୍ଗୀନ ଦଫା ଲାଗାଯାଇଛି ।ପରେ କୋର୍ଟ ଚାଲାଣ କରାଯିବ ।

ଅନ୍ୟପଟରେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଫୋନ,୨ଟି ବୂମ,ଲାଇଭ ଟେଲିକାଷ୍ଟ ମେସିନ,wireless ବଣ୍ଡଲ ଜବତ କରାଯାଇଛି ।ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସ୍ଡିପିଓ କିଶୋର ମୁଣ୍ଡ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ ଗତାକାଲି ଖବର ସଂଗ୍ରହ ବେଳେ  ଦୁଇଟି ଓଡ଼ିଆ ଟେଲିଭିଜନ୍ ଚାନେଲର ସାମ୍ବାଦିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ମତଦାନ ଖବର ସଂଗ୍ରହ କରୁଥିବା ବେଳେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତନ ସ୍ବାଇଁ, ନ୍ୟୁଜ୍ ୭ର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା ।ଏହି ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା ।

ମିଳିଥିବା ସୂଚନା ମୁତାବକ,ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଡାଳ ପଞ୍ଚାୟତର ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ‌ଭୋଟ ଚାଲିଥିବା ବେଳେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ଏହି ଦୁଇ ଚାନେଲର ସାମ୍ବାଦିକ ଓ କ୍ୟାମେରାମ୍ୟାନ୍। ଖବର ସଂଗ୍ରହ ସମୟରେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭିଜୁଆଲ ରେକର୍ଡ ହେଉଥିବା ଦେଖି ରାଗରେ ଉତ୍ୟକ୍ତ ଜବରଦଖଲକାରୀମାନେ ରିପୋଟଁ  ଓ କ୍ୟାମେରାମ୍ୟାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com