ଓଡ଼ିଶା

ପ୍ରେମ ପାଇଁ ଅରାଜି ହେଲେ ମହିଳା, ହାଣିଦେଲେ ଯୁବକ

କାମାକ୍ଷାନଗର() ପ୍ରେମ ନିବେଦନରେ ବିଫଳ ହୋଇ ଯୁବକ ଘଟାଇଲେ ଉନ୍ମୁତ କାଣ୍ଡ। ଏପରିକି ପ୍ରେମ ନିବେଦନ କରିଥିବା ମହିଳାଙ୍କୁ ହାଣିବା ସହ ଖବର ପାଇ ବାନ୍ଧିବାକୁ ଯାଇଥିବା ପୁଲିସ୍‌କୁ ବି ହାଣିବାକୁ ପଛାଇ ନାହାନ୍ତି।  ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ଗାଁରେ l ଅଭିଯୁକ୍ତ ବିଜୟ ମହାନ୍ତିଙ୍କୁ ପୁଲିସ୍‌ କାବୁ କରିଥିବା ବେଳେ ଗୁରୁତର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବିଜୟ ମହାନ୍ତି  ନିଜ ଗ୍ରାମର ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ l  ସମ୍ପୃକ୍ତ ମହିଳା ଓ ତାଙ୍କ ଝିଅ ଏହାର ତୀବ୍ର ବିରୋଧ କରୁଥିଲେ ମଧ୍ୟ ବିଜୟ  ପୂର୍ବପରି  ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ l

ଆଜି ସକାଳୁ  ମହିଳାଜଣକ ଶୌଚ ନିମନ୍ତେ ଯାଇଥିବା ସମୟରେ ବିଜୟ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ମହିଳାଜଣକ ଏହାକୁ ତୀବ୍ର ବିରୋଧ କରିବାରୁ ସେଥିରେ ଉତକ୍ଷିପ୍ତ ହୋଇ ବିଜୟ ଏକ ଫାର୍ସl ସାହାଯ୍ୟରେ ତାଙ୍କୁ ମରଣlନ୍ତକ ଆକ୍ରମଣ କରିଥିଲେ l ଫଳରେ ମହିଳାଙ୍କ  ଜଙ୍ଘ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି।   ପରିବାର ଲୋକ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଛନ୍ତି l

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ବିଜୟକୁ ଧରିବାକୁ ଯାଇଥିବା ବେଳେ ପୁଲିସ୍‌ ଉପରକୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନ ଥିଲେ।  ଏଥିଯୋଗୁ ବହୁ ପୁଲିସ୍‌ କର୍ମୀ ଲହୁଲୁହାଣ ହୋଇଛନ୍ତି। ପରେ କୌଶଳକ୍ରମେ ପୁଲିସ ଅଭିଯୁକ୍ତ ବିଜୟକୁ ଗିରଫ କରି କାମାକ୍ଷାନଗର ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

Related Articles

Back to top button
WP Twitter Auto Publish Powered By : XYZScripts.com