ଓଡ଼ିଶା

ପଞ୍ଚାୟତ ରାୟ : ପ୍ରଥମ ଦିନର ଗଣତିରେ ବିଜେଡିର ବାଜିମାତ, ଭଦ୍ରକରେ ୭ ଜିଲ୍ଲାପରିଷଦ ସିଟ୍‌ ନେଲା ପୋଛି

ଭୁବନେଶ୍ୱର() ପ୍ରଥମ ଦିନର ଗଣତି ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ପ୍ରଥମ ଦିନରେ ଭଦ୍ରକ ଜିଲ୍ଲାର ଗଣତି ହୋଇଥିବା ୭ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ୭ଟି ଜୋନ୍‌ରେ ବିଜେଡି ବାଜିମାତ କରିଛି ।

ତେବେ ଆସନ୍ତୁ ଜାଣିବା କିଏ ଓ କେଉଁଠି ବିଜୟୀ ହୋଇଛି –

  • ଚାନ୍ଦବାଲି ୧ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ବିଜୟୀ ହୋଇଛନ୍ତି । ବିଜେପି ପାର୍ଥି ସୁରେଶ ସାହୁଙ୍କ ସହ ହୋଇଥିଲା ଟକ୍କର  । ପ୍ରିନ୍ସ ୩୪୭୮ ଭୋଟରେ ବିଜୟ ହୋଇଛନ୍ତି ।
  • ତିହିଡି ବ୍ଲକ ୬ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ୨୫୯୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।  ବିଜେପି ପ୍ରାର୍ଥୀ ପ୍ରିୟଙ୍କା ନନ୍ଦଙ୍କ ସହ ଟକ୍କର ହୋଇଥିଲା ।
  • ଧାମନଗର ବ୍ଲକ ୧୦ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଟୁନିଵାଳା ବିଶ୍ୱାଳ ୪୦୬୪ ଖଣ୍ଡ ଭୋଟରେ ବିଜୟୀ  । ବିଜେପି ପ୍ରାର୍ଥୀ ରଞ୍ଜିତା ସ୍ୱାଇଁଙ୍କ ସହ ହୋଇଥିଲା ଟକ୍କର ।
  • ବନ୍ତ ବ୍ଲକ ୧୪ ନମ୍ବର ଜୋନରୁ ରୁନିତା ଦାସ ୧୦୪୪୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସଂଯୁକ୍ତା ଦାସଙ୍କ ସହ ହୋଇଥିଲା ଟକ୍କର ।
  • ବାସୁଦେବପୁର ବ୍ଲକ ୧୭ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ ୪୨୦୨ ଖଣ୍ଡ ଭୋଟରେ ବିଜୟୀ  ହୋଇଛନ୍ତି । ବିଜେପି ପ୍ରାର୍ଥୀ ସଂଧ୍ୟାରାଣୀ ଷଢଙ୍ଗୀ ଙ୍କ ସହ ହୋଇଥିଲା ଟକ୍କର ।
  • ଭଣ୍ଡାରିପୋଖରୀ ବ୍ଲକ ୨୨ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ବଦ୍ରୀ ନାରାୟଣ ରାଉତ 4୦୦୦ରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି  ।  ଅସମର୍ଥୀତ ସୂତ୍ରରୁ ବିଜୟୀ ହୋଇଥିବା ସୂଚନା ମିଳିଛି । କଂଗ୍ରେସ ପ୍ରାର୍ଥୀ ରମେଶ ଭାରତୀଙ୍କ ସହ ହୋଇଥିଲା ଟକ୍କର ।
  • ଭଦ୍ରକ ୨୫ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ୭୪୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ପ୍ରଜ୍ଞା ପରମିତା ଜେନାଙ୍କ ସହ ହୋଇଥିଲା ଟକ୍କର ।

Related Articles

Back to top button
WP Twitter Auto Publish Powered By : XYZScripts.com