ଜାତୀୟ

ଆଜି ବଜେଟ୍ ୨୦୨୨-୨୩: ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳରେ ଓଡ଼ିଶାକୁ…

ନୂଆଦିଲ୍ଲୀ() ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ । ଏହି ବଜେଟରେ ଅର୍ଥମନ୍ତ୍ରୀ କ’ଣ ଘୋଷଣା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ସଂସଦ ଭବନରେ ପହଞ୍ଚିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ସହ ସଂସଦରେ ପହଞ୍ଚିଛନ୍ତି ନିର୍ମଳା ।

ବଜେଟ୍ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ସେ ସାକ୍ଷାତ କରିଥିଲେ । ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍ ନେଇ ଅବଗତ କରାଇଲେ ଅର୍ଥମନ୍ତ୍ରୀ ।

ତେବେ ଆଜିର ବଜେଟରେ ପାରମ୍ପରିକ କୃଷି, ଶିକ୍ଷା, ସେବା କ୍ଷେତ୍ର ଆଦି ଫୋକସରେ ରହିପାରେ । କୋଭିଡ କାଳରେ ଭିତ୍ତିିଭୂମି ସୁଦୃଢ଼ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ଆୟକର ସ୍ଲାବ ଉପରେ ସମସ୍ତଙ୍କର ନଜର ରହିଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯାଇପାରେ । କ୍ରିପଟୋ କରେନ୍ସି ଉପରେ ହୋଇପାରେ ଠୋସ୍ ନିଷ୍ପତ୍ତି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ମିଳିବାର ଆଶା ରହିଛି । ଖୋର୍ଦ୍ଧା-ବଲାଙ୍ଗିର, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com