Breaking NewsFeaturedଅନ୍ତର୍ଜାତୀୟ

ମାତାଲ ମାଙ୍କଡ଼ର ଉନ୍ମତ୍ତ କାଣ୍ଡ, ୪୦୦୦ ଲୋକଙ୍କୁ କରିଲା ଘାଇଲା…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମାଙ୍କଡ଼ମାନେ ପ୍ରାୟତଃ ମଣିଷଙ୍କ ପରି ବ୍ୟବହାର କରିଥାନ୍ତି। ଏପରିକି ମଣିଷଙ୍କ ପୂର୍ବଜ ମାଙ୍କଡ଼ ଭଳି ରହିଥିବା ମଧ୍ୟ ଆମେ ଇତିହାସରୁ ଜାଣିଛେ। ସେହିପରି ଆମେ ଦେଖିଛେ, ଜାଣିଛେ ଯେ କି କିଛି ଲୋକ ମଦ୍ୟପାନ କରିବା ପରେ କିପରି ଉତ୍ପାତ କରନ୍ତି । କିନ୍ତୁ ଗୋଟିଏ ମାଙ୍କଡ଼ ମଦ୍ୟପାନ କରିବା ପରେ ଏପରି କିଛି କରିଛି, ଯାହା କୌଣସି ନିଶାଡ଼ି ମଣିଷଙ୍କଠୁ କମ୍‌ ନୁହେଁ। ନିଶାସକ୍ତ ମାଙ୍କଡ଼ କିଛି ମାସ ମଧ୍ୟରେ ହଜାର ହଜାର ଲୋକଙ୍କ ଉପରେ ଆକ୍ରମଣ କରିଛି। ନେପାଳର ରାଜଧାନୀ କାଠମାଂଡୁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମାଙ୍କଡ଼ ଆକ୍ରମଣ ଯୋଗୁଁ ଲୋକମାନେ ଅନେକ ଆହତ ହୋଇଛନ୍ତି।

କାଠମାଂଡୁରେ ଥିବା ଶୁକ୍ରରାଜ ଟ୍ରପିକାଲ୍ ଏବଂ ଇନ୍‌ଫେକ୍ସିୟସ୍ ହସପିଟାଲରେ ମାଙ୍କଡ଼ ଦ୍ୱାରା ଆକ୍ରମଣ ହୋଇଥିବା ଲୋକଙ୍କୁ ଚିକିତ୍ସା କରାଯାଉଛି। ଏହି ଆକ୍ରମଣରେ ପୀଡ଼ିତଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛନ୍ତି। ଆକ୍ରମଣର ଶିକାର ହୋଇଥିବା ଜଣଙ୍କ ପିତା କହିଛନ୍ତି ଯେ ଗତ ଦୁଇ ତିନି ମାସ ମଧ୍ୟରେ କେବଳ ଗୋଟିଏ ମାଙ୍କଡ଼ ୪୦୦୦ ଲୋକଙ୍କ ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ମାଙ୍କଡ଼ ନିକଟସ୍ଥ ଦୋକାନଗୁଡିକ ଯାଉଥିଲା । ସେଠାରେ ମଦ୍ୟପାନ କରୁଥିବା କିଛି ଲୋକ ଏକ ଗ୍ଲାସରେ ମଦ ଭରି ମାଙ୍କଡ଼କୁ ପିଆଇ ଦେଇଥିଲେ, ଆଉ ଏହାର ଫଳାଫଳ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ।

Monkey attack in kathamandu

ଲୋକମାନେ କହିଥିଲେ ଯେ ସେ ଅତ୍ୟଧିକ ମଦ୍ୟପାନ କରିବା ପରେ ଆକ୍ରମଣାତ୍ମକ ହୋଇପଡ଼ିଛି ମାଙ୍କଡ଼। ବର୍ତ୍ତମାନ ପିଲାମାନଙ୍କୁ ମଧ୍ୟ କାମୁଡ଼ିବା ଆରମ୍ଭ କରିଛି। ହସ୍ପିଟାଲର ତଥ୍ୟ ଅନୁଯାୟୀ, କୁକୁର କାମୁଡ଼ିବା ପରେ ନେପାଳରେ ମାଙ୍କଡ଼ କାମୁଡ଼ିବା ଦ୍ୱିତୀୟ ଘଟଣା । ଗତ ୧୪ ବର୍ଷର ରେକର୍ଡଗୁଡିକ ଯାଞ୍ଚ କରି ଜଣା ପଡିଛି ଯେ ନେପାଳରେ ଜୁଲାଇ ଏବଂ ଅଗଷ୍ଟକୁ ଏପରି ମାସରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଠାରେ ସର୍ବାଧିକ ମାଙ୍କଡ଼ କାମୁଡ଼ିବା ରିପୋର୍ଟ ରହିଛି । ଏହାର ଅର୍ଥ ହେଉଛି ଏହି ମାସରେ ମାଙ୍କଡମାନେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛନ୍ତି । ମାଙ୍କଡ଼ କାମୁଡ଼ିବାର ଅଧିକାଂଶ ଘଟଣା ମନ୍ଦିର ବାହାରେ ଘଟିଥାଏ, ଯାହାକୁ ସେମାନେ ନିଜ ଘର ବୋଲି ଭାବନ୍ତି । ଏହି ମନ୍ଦିରଗୁଡିକ ମଧ୍ୟରୁ ବୌଦ୍ଧ ମନ୍ଦିର ସ୍ୱୟଂଭୁନାଥ ମନ୍ଦିର ଅନ୍ୟତମ । ଯେଉଁଠାରେ ଅନେକ ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ଭୟ କରୁଛନ୍ତି ଯେ ଏହି ମାଙ୍କଡ଼ କାମୁଡ଼ିବା କାରଣରୁ ସଂକ୍ରମଣ ମାମଲା ସାମ୍ନାକୁ ଆସିପାରେ। କାରଣ ରେବିଜର ଶିକାର ହୋଇପାରନ୍ତି ପୀଡ଼ିତ।

 

Related Articles

Back to top button
WP Twitter Auto Publish Powered By : XYZScripts.com