Featuredଓଡ଼ିଶାରାଜନୀତି

ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଭିତରକୁ ଯିବାକୁ ମିଳିବ ଅନୁମତି

ଏଥର ବିଧାନସଭାରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବାକୁ ଥିବା ବେଳେ ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ରେ ଭିତରକୁ ଯିବାକୁ ଅନୁମତି ମିଳିବ । ଏହାର ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭା ପାଇଁ ସର୍ବଦଳୀୟ ବୈଠକ ଡାକାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ଚଳିତ ଥର କଟକଣାରେ ନୁହେଁ ବର ସ୍ୱଭାବିକ ଭାବେ ଗୃହ ଚାଲିବ ।  ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି । ବିଧାନସଭା  ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ଡ଼ିସେମ୍ବର ୨ରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ ।

Related Articles

Back to top button
WP Twitter Auto Publish Powered By : XYZScripts.com