ଓଡ଼ିଶା

ପୁରୀରୁ ୨ ବ୍ରାଉନ୍‌ସୁଗାର ବେପାରୀ ଗିରଫ, ୧୧୦ ଗ୍ରାମ ଧଳାଜହର ଜବତ

ଭୁବନେଶ୍ୱର : ପୁରୀରେ ଦୁଇ ଜଣ ବ୍ରାଉନସାଗର ଚାଲାଣକାରୀ ଧରାପଡ଼ିଛନ୍ତି । ବାସେଳିସାହି ପୋଲିସ ସେମାନଙ୍କଠାରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧୧ ଲକ୍ଷ ଟଙ୍କା ହେବ । ଏଥିସହ ନଗଦ ୧୧ ହଜାର ଟଙ୍କା, ୨ଟି ବାଇକ ଓ ୯ଟି ମୋବାଇଲ ଜବତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଅଟନ୍ତି ।

ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର ଚାଲାଣ ବଢ଼ିବାରେ ଲାଗିଛି । କିଛିଦିନ ତଳେ ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯିବା ସହ ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରାଯାଇଥିଲା । ଏସଟିଏଫ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରି ୩୫ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସାଗର ଜବତ କରାଯାଇଥିଲା । ଏଥିସହ ସେମାନଙ୍କ ନିକଟରୁ ୩ଟି ବାଇକ, ୩ଟି ମୋବାଇଲ ଓ ଟଙ୍କା ଜବତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com