ଓଡ଼ିଶା

ବେକେୟା ଦରମା କରିଦେବା ପାଇଁ ଲାଞ୍ଚ ନେଉଥିଲେ ବିଇଓ, ଧରିଲା ଭିଜିଲାନ୍ସ

ମୋହନା () ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ।  ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ ଜଣକ ବ୍ରହ୍ମପୁର ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ୩୦ ହଜାର ଟଙ୍କା ନେଇ ଶିକ୍ଷକ ଜଣକ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ ।
ତେବେ ପୂର୍ବରୁ ଭିଜିଲାନ୍ସ ଟିମ କାର୍ଯ୍ୟାଳୟ ପାଖରେ ଛକି ବସିଥିଲେ । ଶିକ୍ଷକଙ୍କ ଠାରୁ ବ୍ଲକ ଶିକ୍ଷାଧିକାରୀ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ କାବୁ କରିଥିଲେ ଭିଜିଲାନ୍ସ ଟିମ । ବର୍ତ୍ତମାନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡି ସ୍ଥିତ ନିଜ ବାସ ଭବନରେ ମଧ୍ୟ ଏକ କାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Related Articles

Back to top button
WP Twitter Auto Publish Powered By : XYZScripts.com