ଓଡ଼ିଶା

ରାଜ୍ୟରେ ଆସନ୍ତା ୪ ତାରିଖରୁ ବଢିବ ଶୀତ, ୩୧ ତାରିଖରୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

ରାଜ୍ୟରେ ବର୍ତ୍ତମାନ ହାଲୁକା ଶୀତ ଅନୁଭୂତ ହେଊଛି । ତେବେ ନଭେମ୍ବର ୪ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବ । ୬ ତାରିଖରୁ ଉପକୂଳରେ ଶୀତ କମିବ । କିନ୍ତୁ ବାୟୁମଣ୍ଡଳୀରେ ଜଳୀୟବାଷ୍ପର ମାତ୍ରା ବଢ଼ିବା ଯୋଗୁ ଆସନ୍ତା ଦୁଇ ଦିନ ଶୀତ ଅପେକ୍ଷାକୃତ କମ୍‌ ରହିବ । ପରେ ଶୀତ କ୍ରମଶଃ ବଢ଼ିବ । ସେପଟେ ଶନିବାର କୋରାପୁଟରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଆସିଛି । ସେହିପରି ଦାରିଙ୍ଗିବାଡ଼ିରେ ୧୨ଡିଗ୍ରୀ, ଫୁଲବାଣୀରେ ୧୩.୫, ସୋନପୁରରେ ୧୪, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୪, ହୀରାକୁଦରେ ୧୫.୨, ଦେବଗଡ଼ରେ ୧୬, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ରହିଥିଲା । ଅନ୍ୟପଟେ ୩୧ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨ ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ୩୧ ତାରିଖରେ ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ୨ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com