ଓଡ଼ିଶା

ସାକାର ହେଉଛି ପିଲାଙ୍କ ସ୍ୱପ୍ନ, ଆଜି ୫ ଜିଲ୍ଲାର ୪୧୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ବିଦ୍ୟାପୀଠ । ସ୍ମାର୍ଟ ହାଇସ୍କୁଲରେ ପାଠ ପଢ଼ୁଛନ୍ତି ପିଲା । ସାକାର ହେଉଛି ସ୍ବପ୍ନ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ ହୋଇଛି । କ୍ଲାସରୁମରେ କରାଯାଇଛି ଉନ୍ନତମାନର ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ । ଆଜି ରାଜ୍ୟର ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସଂଧ୍ୟା ୫ଟା ୩୦ରେ ଲୋକସେବା ଭବନର କନଭେନସନ ସେଣ୍ଟରରେ ଭିଡିଓ କନଫରେନସିଂରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ୯୫, ଗଜପତି ୩୧, ସମ୍ବଲପୁର ୪୦, ବଲାଙ୍ଗୀର ୧୦୦ ଓ ଯାଜପୁରର ୧୫୦ଟି ହାଇସ୍କୁଲକୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com