ଜାତୀୟ

କାନପୁର ଡ୍ୟାମ ପ୍ରକଳ୍ପ ବିସ୍ଥାପିତଙ୍କ ପୁର୍ନବାସ ଓ ଥଇଥାନ ପ୍ରସଙ୍ଗ: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଏନଏଚଆରସି

ନୂଆଦିଲ୍ଲୀ() ବୈତରଣୀ ନଦୀ ଉପରେ କାର୍ଯ୍ୟକାରୀ କରାଯାଉଥିବା କାନପୁର ଡ୍ୟାମ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୫ ହଜାର ପରିବାରଙ୍କ ପୁର୍ନବାସ ଓ ଥଇଥାନ ସଂପର୍କରେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ବିସ୍ତୁତ ରିପୋର୍ଟ ତଲବ କରିଛନ୍ତି। ବିସ୍ତୁତ ରିପୋର୍ଟ ସହିତ ଆକ୍ସନ ଟେକେନ ରିପୋର୍ଟ ଚାରି ସପ୍ତାହ ଭିତରେ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ କୋର୍ଟର ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନକୁ ଭିତ୍ତି କରି ଏନଏଚଆରସି ବିସ୍ତୁତ ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ପିଟିସନରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ବିଫଳତା ଯୋଗୁଁ ୫ ହଜାର ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ପୂନର୍ବାସ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲା ବାସୁଦେବପୁରର କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ ପାଇଁ ଯେଉଁ ୫ ହଜାର ପରିବାରଙ୍କୁ ବିସ୍ଥାପିତ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଓ ଅନୂସୁଚିତ ଜନଜାତିର ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି। ବିସ୍ଥାପିତମାନେ ବାଧ୍ୟହୋଇ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ତ୍ରିପାଠୀ ପିଟିସନରେ ଉଲ୍ଲେଖ କରିଛନ୍ତି। ବିସ୍ଥାପିତଙ୍କ ପୂର୍ଣ୍ଣାଙ୍ଗ ଥଇଥାନ ଓ ପୁନର୍ବାସ କରାଯିବା ସହିତ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପିଟିସନରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ପ୍ରସଙ୍ଗରେ ଏନଏଚଆରସିଙ୍କ ନିର୍ଦ୍ଦେଶାନୁସାରେ ଡିସେମ୍ବର ୯, ୨୦୨୧ରେ ରାଜ୍ୟ ସ୍ବରାଷ୍ଟ୍ର ବିଭାଗର ଡେପୁଟି ସଚିବଙ୍କ ଦ୍ବାରା ରିପୋର୍ଟ ଦାଖଲ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com