ଓଡ଼ିଶା

ପ୍ରବଳ ବର୍ଷାରେ ପ୍ରଭାବିତ ହେବ ପଶ୍ଚିମ ଓଡ଼ିଶା, ଟ୍ୱିନ ସିଟିରେ ସହରୀ ବନ୍ୟା ଆଶଙ୍କା

ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଶନିବାର  ଏବଂ ରବିବାର ରାଜ୍ୟରେ ସର୍ବାଧିକ ବର୍ଷା ହେବ  । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସମ୍ଭାବନା । ଅତି ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବ । ବିଶେଷ ଭାବରେ ଟ୍ଵିନ ସିଟି କଟକ ଓ ଭୁବନେଶ୍ୱରରେ ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି  । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୧୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଘଣ୍ଟା ପ୍ରତି ୪୫ ରୁ ୫୫ ସହ ସର୍ବାଧିକ ୬୫ କିମି ବେଗରେ ପବନ ବହିପାରେ । ଉପକୂଳ ଓଡିଶାରେ ସମୁଦ୍ର ଅଶାନ୍ତ ସହ ଆସିବ ଉଚ୍ଚ ଜୁଆର । ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍‌ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି । ଜଳକା ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି । ବୈତରଣୀ, ବଂଶଧାରାର ଜଳସ୍ତର ସତର୍କ ସଙ୍କେତ ପାର୍‌ କରିଯାଇଛି । ୨୦ଟି ଗେଟ୍‌ ଯୋଗେ ହୀରାକୁଦରୁ ୩ ଲକ୍ଷ ୪୦ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com