ଓଡ଼ିଶା

ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ

ଭୁବନେଶ୍ୱର() ବିଜେଡିରେ ଯୋଗ ଦେଲେ ମୟୂରଭଞ୍ଜ ଜିଲ୍ଲା ବହଲଦା ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ ଏବଂ ବୌଦ୍ଧର ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁଡ଼ | ସେ କଂଗ୍ରେସ ଛାଡ଼ି ଶନିବାର ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି | ଲକ୍ଷ୍ମଣ ସୋରେନ ବିଜେପିରୁ ୨୦୦୦ ମସିହାରେ ବହଲଦା ବିଧାୟକ ଭାବେ ୨୧୦୦ରୁ ଅଧିକ ଭୋଟରେ ଜିତିଥିଲେ |

୨୦୦୪ରୁ ବିଜେପି ଟିକେଟ୍ ନ ପାଇବାରୁ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ | ୨୦୦୪ରେ ପୁଣି ବିଜେପିକୁ ଫେରିଥିଲେ କିନ୍ତୁ ସେବେଠୁ ବିଜେପି ତାଙ୍କୁ ଆଉ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନଥିଲା | ଯେଉଁଥିପାଇଁ ସେ ଶନିବାର ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି |ତାଙ୍କ ସହ ତାଙ୍କ ପତ୍ନୀ ଦେଓଲା ସୋରେନ ବହଲଦା ବ୍ଲକ ଜଶିପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅଛନ୍ତି, ସେ ଏବଂ ଆଉ ୪୮ ଜଣ ବିଜେପି କର୍ମୀ ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡିରେ ଯୋଗଦେଇଛନ୍ତି |

Related Articles

Back to top button
WP Twitter Auto Publish Powered By : XYZScripts.com