ଜାତୀୟ

ବିହାରରେ ବିଜେପିର ୨ ଅଫିସ ପୋଡ଼ିଲେ ବିକ୍ଷୋଭକାରୀ; ତେଲେଙ୍ଗାନା ଫାଇରିଂରେ ୧ ମୃତ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ୟୋଜନାକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡ ଘଟାଉଛନ୍ତି ବିକ୍ଷୋଭକାରୀ। ବିହାରରେ ହିଂସା ବେକାବୁ ହୋଇଛି। ଟ୍ରେନ୍ ପୋଡ଼ି ବସ୍ ପୋଡ଼ି ଜାରି ରହିଛି। ବିହାର ମେଧାପୁରାରେ ଦୁଇଟି ବିଜେପି ଅଫିସ୍‌କୁ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି। ଗୁରୁବାର ନୱାଦାରେ ଥିବା  ବିଜେପି ଅଫିସର୍‌ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।

ବିକ୍ଷୋଭାକାରୀ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ୪ ବର୍ଷ ଚାକିରି କରି ଅବସର ନେବା ପରେ ତାଙ୍କ ଭବିଷ୍ୟତ କ’ଣ ହେବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। କେନ୍ଦ୍ର ସରକାର ଭବିଷ୍ୟତ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଉଥିଲେ ବିକ୍ଷୋଭକାରୀମାନଙ୍କୁ ସନ୍ତୋଷ ଦେଇପାରି ନାହିଁ। ବିହାରରେ ଭାଙ୍ଗାରୁଜା ପାଇଁ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬୫୦ ଜଣ ଅଜଣା ଲୋକଙ୍କ ନାଁରେ ମାମଲା ହୋଇଛି।

ବିକ୍ଷୋଭକାରୀମାନେ ବିହାର କୁହ୍ଲାରିଆ ରେଳ ଷ୍ଟେସନ, ବିହିଆ ରେଳଷ୍ଟେସନ, ସମସ୍ତିପୁର ଷ୍ଟେସନ ଓ ବେଗୁସରାଇ ରେଳ ଷ୍ଟେସନ୍‌ରେ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିା ସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି।

Related Articles

Back to top button