ଓଡ଼ିଶା

ନିର୍ବାଚନ ବର୍ଜନ ଲାଗି ମାଓବାଦୀ ଲଗାଇଲେ ବ୍ୟାନର

ବଲାଙ୍ଗୀର () ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ତୁରେକେଲା ବ୍ଳକ ସମରସିଂ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲଗାଯାଇଛି। ବ୍ୟାନରରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରି ଗାଁରେ ଜନତା ସରକାର ଗଠନ କରିବାକୁ ମାଓବାଦୀମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଏପରି କି ଦୁନିତିଗ୍ରସ୍ତ ନିର୍ବାଚନକୁ ବଏକଟ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

ପୋଷ୍ଟରରେ ବିବିଏମ୍‌ ମାଓବାଦୀ ସଙ୍ଗଠନର ନାମ ରହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ବ୍ୟାନର ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com