ଓଡ଼ିଶା

ଫ୍ଲାଟ୍ ଦେବା ନାଁରେ ଠକେଇ, ବନ୍ଧାହେଲେ ବିଲଡର ସଂସ୍ଥାର ନିର୍ଦ୍ଦେଶକ

ଭୁବନେଶ୍ୱର : ଫ୍ଲାଟ ଦେବା ନାଁରେ ପ୍ରାୟ ୧ କୋଟି ୧୬ ଲକ୍ଷ ଟଙ୍କା ଠକେଇ । ଏହି ଅଭିଯୋଗରେ ବନ୍ଧାହେଲେ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଅମରେଶ ଷଡଙ୍ଗୀ । ଅମରେଶଙ୍କୁ ଗିରଫ କରିଛି EOW । ଅମରେଶଙ୍କ ଘର ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ।

ଠକେଇ ନେଇ ଅମରେଶ ଷଡଙ୍ଗୀଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ସିଜୁଆଠାରେ ବାସେରା ଫ୍ରେସ୍କୋ ପ୍ରକଳ୍ପରେ ଫ୍ଲାଟ ଦେବାକୁ କହିଥିଲେ ଠକ ଅମରେଶ । ହେଲେ ଫ୍ଲାଟ ନ ମିଳିବାରୁ କିମ୍ବା ଟଙ୍କା ଫେରି ନ ପାଇବାରୁ ଜ୍ୟୋତିଶଙ୍କର ପଣ୍ଡା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ ।

ଏହାପରେ ପୋଲିସ କରିଥିଲା ଛାନଭିନ୍ । ଫଳରେ ଏହି ଯାଞ୍ଚରେ ପୋଲିସ ଜାଣିବାକୁ ପାଇଥିଲା ଯେ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି ଅମରେଶ । ଫଳରେ ଏହି ଅଭିଯୋଗରେ ଅମରେଶଙ୍କୁ ଗି କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com