ଜାତୀୟରାଜନୀତି

ପଞ୍ଜାବରେ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲା ଆପ୍

ଚଣ୍ଡିଗଡ଼() ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି । ଆପ୍ କାହାକୁ ପ୍ରାର୍ଥୀ କରିବ, ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଆପ୍ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରି କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ପାର୍ଟି ଦ୍ୱାରା ଦିଆଯାଇଥିବା ନମ୍ବରରେ ଫୋନ୍ କଲ, ଏସଏମଏସ ଏବଂ ହ୍ବାଟସଆପରେ ଆସିଥିବା ବାର୍ତ୍ତାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପ‌ାଇଁ ଭୋଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ଭଗବନ୍ତ ମାନ କହିଛନ୍ତି ଯେ, ଅସୁବିଧାକୁ କିପରି ଦୂର କରାଯିବ ପଞ୍ଜାବ ଜାଣେ। ଆଶା ହରାନ୍ତୁ ନାହିଁ। ଏବେ ଚାକିରି ପାଇଁ କେହି ବାହାରକୁ ଯିବେ ନାହିଁ।

Related Articles

Back to top button