ଓମିକ୍ରନ ପାଇଁ ଆସିପାରେ ସ୍ୱତନ୍ତ୍ର ଟିକା
ନୂଆଦିଲ୍ଲୀ() ଓମିକ୍ରନ ଉପରେ ବିଜୟ ଲାଭ କରିବ ନୂଆ ଟିକା । ପୁଣେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନି ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଟିକା ପ୍ରସ୍ତୁତ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି । ଓମିକ୍ରନ ବିରୋଧୀ ଲଢେଇରେ ବ୍ୟବହାର ଉଦ୍ଦେଶ୍ୟରେ ଖୁବ ଶୀଘ୍ର ଏହି ଟିକାର ପରୀକ୍ଷଣ ଆରମ୍ଭ ହେବ । କମ୍ପାନି ପ୍ରଥମ ୨ଟି ପର୍ଯ୍ୟାୟ ପରୀକ୍ଷଣର ବିବରଣୀ ସରକାରଙ୍କୁ ପ୍ରଦାନ କରିସାରିଥିବା ବେଳେ ୩ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ଏହି ଟିକା ଓମିକ୍ରନ ବିରୋଧରେ ବେଶ ପ୍ରଭାବୀ । କମ୍ପାନି ନିଜେ ଏହି ଟିକା ପ୍ରସ୍ତୁତି ସହ ଉତ୍ପାଦନ ଲକ୍ଷ୍ୟ ରଖିଛି । ଯଦି ସବୁ କିଛି ଠିକଠାକ୍ ରୁହେ ତେବେ ଖୁବ ଶୀଘ୍ର ଓମିକ୍ରନକୁ ମାତ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉତ୍ପାଦନ ଆରମ୍ଭ କରିବା କମ୍ପାନି।
ଅଦୃଶ୍ୟ ଭୂତାଣୁର ତାଣ୍ଡବକୁ ମାତ ଦେବା ପାଇଁ ସାରା ବିଶ୍ୱ ଦୁଇ ବର୍ଷରୁ ଅଧିକ ସମୟ ହେବ ଲଢେଇ ଜାରି ରଖିଛି । କରୋନା ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ। କିନ୍ତୁ ଦିନ ଯେତିକି ଗଡ଼ୁଛି ସେତିକି କରୋନାର ନୂଆ ନୂଆ ରୂପ ଦେଖିବାକୁ ମିଳୁଛି । ଏବେ ଭାରତ ସରକାର ବର୍ତ୍ତମାନ ଦ୍ରୁତ ବେଗରେ ମାଡି ଚାଲିଥବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଟିକା ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି ।