ସ୍ୱାସ୍ଥ୍ୟ

କରୋନା ପାଇଁ ଖୁବଶୀଘ୍ର ଆସୁଛି ନାଜାଲ ଭ୍ୟାକସିନ

ନୂଆଦିଲ୍ଲୀ, ୧୫/୦୮/୨୦୨୨-  କରୋନା ସଂକ୍ରମଣ ବିରୁଦ୍ଧରେ ଭାରତ ଆଉ ଏକ ସଫଳତା ପାଇଛି । ଭାରତ ବାୟୋଟେକ କମ୍ପାନୀ ପ୍ରଥମ ନାଜାଲ କୋଭିଡ୍ ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଟ୍ରାଏଲ ଶେଷ ହୋଇଛି ।

ଭାରତ ବାୟୋଟେକର ଅଧ୍ୟକ୍ଷ ଡା କୃଷ୍ଣା ଏଲା କହିଛନ୍ତି, ଫାର୍ମରେ ପାଖାପାଖି ୪ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ନାଜାଲ ଭ୍ୟାକସିନର ଟ୍ରାଏଲ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ପାଶ୍ୱର୍ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଜାନୁଆରୀରେ ଡିସିଜିଆଇ ବୁଷ୍ଟର ଡୋଜ ଭାବେ ଭାରତ ବାୟୋଟେକର ନାଜାଲ କୋଭିଡ୍ ଟିକା ଇଣ୍ଟ୍ରାନାଜାଲର କ୍ଲିନିକାଲ ଟ୍ରାଏଲ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଡିସିଜିଆ କୋଭାକ୍ସିନ ସହ ଅର୍ନ୍ତଜାତୀୟ କୋଭିଡ୍ ଟିକାର ତୁଳନା କରିବା ପାଇଁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଥିଲା । ଏହି ପରୀକ୍ଷା ୯ଟି ସ୍ଥାନରେ ଶେଷ ହୋଇଥିଲା ।

ଭାରତ ବାୟୋଟେକ ନିଜର ପ୍ରଥମ ନାଜାଲ କୋଭିଡ-୧୯ ଟିକା ପାଇଁ ଚଳିତ ମାସରେ ଡିସିଜିଆଇ ପାଖରୁ ଲାଇସେନ୍ସ ହାସଲ ପାଇଁ ଆଶା ରଖିଛି । ଯଦି କରୋନାର ନୂଆ ଭାରିଆଣ୍ଟ ଆସେ ତେବେ ତା ସହ ଲଢେଇରେ ଏହା ସହାୟତା କରିବ ।

ଡା. ଏଲାଙ୍କ ସୂଚନା ଅନୁସାରେ କରୋନା ଟିକାକୁ ଇଞ୍ଜେକସନ ଭାବେ ଦେବା ଫଳରେ ଶରୀରର କିଛି ଅଂଶଙ୍କୁ ସୁରକ୍ଷା ଦିଆଯାଇପାରୁଛି । ତେଣୁ ଭ୍ୟାକସିନ ନେବା ପରେ ମଧ୍ୟ ଅନେକ ଜଣ କରୋନା ସଂକ୍ରମିତ ହେଉଛନ୍ତି । ତେବେ ନାଜାଲ ଭ୍ୟାକସିନ ନେବା ପରେ ଏହା ସାରା ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । ଯାହା ଫଳରେ କରୋନା ଭୂତାଣୁଠାରୁ ଶରୀରକୁ ଦୂରେଇ ରଖାଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com