ଓଡ଼ିଶା

ଏଟିଏମ୍ ଲୁଟ୍ ଉଦ୍ୟମ ଘଟଣା: ଫସର ଫାଟିଲା ବାପ-ପୁଅଙ୍କ ମାସକ ତଳର ମିସନ ରହୁଛନ୍ତି ଅଲଗା

ଭୁବନେଶ୍ବର() ୟୁନିଟ୍-୮ସ୍ଥିତ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ ଏଟିଏମ୍ କାଟି ଲୁଟିବାକୁ ଉଦ୍ୟମ କରୁଥିବା ଦୁଇ ଅଭିଯୁକ୍ତ ତଥା ବାପା-ପୁଅ ଯୋଡ଼ିଙ୍କୁ ନୂଆପଲ୍ଲୀ ଥାନା ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳର ପ୍ରମୋଦ ଦିଗାଲ ଓ ତା’ର ନାବାଳକ ପୁଅ। ପୁଅ ରାଜଧାନୀସ୍ଥିତ ଏକ କଲେଜରେ ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି। ଆଜି ବ୍ୟାଙ୍କ୍‌ର ଶାଖା ପ୍ରବନ୍ଧକ ଦୀପକ ସାହୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ବାପ-ପୁଅ ଯୋଡ଼ିଙ୍କୁ ଥାନାରେ ଘନଘନ ଜେରା କରାଯାଉଛି। ପୂର୍ବରୁ ଏମାନେ ଆଉ କେଉଁ କେଉଁ ଏଟିଏମ୍ ଲୁଟିଛନ୍ତି, ସେମାନଙ୍କ ଗ୍ୟାଙ୍ଗ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି ଇତ୍ୟାଦି ସୂଚନା ପାଇବାକୁ ପୁଲିସ ବ୍ୟାପକ ପଚରାଉଚରା ଚଳାଇଛି। କାରଣ ଘଟଣାସ୍ଥଳରୁ ବାଇକ୍‌ ନେଇ ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା କୁହାଯାଉଛି।

ପୁଲିସ ସୂଚନାନୁସାରେ ଏହି ଏଟିଏମ୍‌କୁ ଲୁଟିବା ପାଇଁ ବାପା-ପୁଅ ମାସକ ତଳୁ ଯୋଜନା କରିଥିଲେ। ଏହି ମିସନ୍‌କୁ ସଫଳ କରିବା ପାଇଁ ପୁଅ ଦିନ ରାତି ଏଟିଏମ୍‌ ଉପରେ ନଜର ରଖି ବାପା ପ୍ରମୋଦକୁ ଜଣାଉଥିଲା। ବିଶେଷକରି ଦିନରେ ବା ସନ୍ଧ୍ୟାରେ କେଉଁ ସମୟରେ ଟଙ୍କା ଭର୍ତ୍ତି କରାଯାଉଛି ଓ ବିଳମ୍ବିତ ରାତିରେ କେତେବେଳେ ଏଠାକୁ ଗ୍ରାହକଙ୍କ ଆସିବା କମ୍‌ ହେଉଛି, ସେସବୁର ହିସାବ ପୁଅ ବାପାକୁ ଫୋନ୍‌ କରି ଜଣାଉଥିଲା। ଏଟିଏମ୍‌‌ର ଟଙ୍କା ରହୁଥିବା ଚାମ୍ବର କାଟିବା ପାଇଁ ପ୍ରମୋଦ ଅଶୋକନଗରସ୍ଥିତ ଏକ ଫାର୍ମା କମ୍ପାନିରୁ ୯ ହଜାର ଟଙ୍କା ଦେଇ ଅକ୍ସିଜେନ୍ ସିଲିଣ୍ଡର କିଣିଥିଲା। ଏହା ସହିତ ଗ୍ୟାସ୍ ରେଗୁଲେଟର୍ ଓ ପାଇପ୍ ଆଦି ୧ନଂ ହାଟରୁ କିଣିଥିଲା। ଯୋଜନା ମୁତାବକ ସୋମବାର ରାତିରେ ବାପ ପୁଅ ବାଇକ୍‌ ଧରି ଏଟିଏମ୍‌ ପାଖକୁ ଯାଇଥିଲେ। ସିସି କ୍ୟାମେରାରୁ ବର୍ତ୍ତିବା ପାଇଁ ସେମାନେ ମୁଣ୍ଡରେ ହେଲମେଟ୍‌ ପିନ୍ଧିଥିଲେ। ରାତି ପ୍ରାୟ ୧୧.୪୫ ବେଳକୁ ସେମାନେ ଏଟିଏମ୍‌ରେ ପଶି ଚାମ୍ବର କାଟିବା ଆରମ୍ଭ କରିଥିଲେ।

Related Articles

Back to top button