ଅନ୍ତର୍ଜାତୀୟ

ଯାହା କରିଛି ସେଥିପାଇଁ କ୍ଷମାପ୍ରାର୍ଥୀ ନୁହେଁ: ଜୋ ବାଇଡେନ୍‌

ୱାସିଂଟନ୍‌() ଆଫ୍‌ଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ମୁଁ ଯାହା କରିଛି ସେଥିପାଇଁ କ୍ଷମାପ୍ରାର୍ଥୀ ନୁହେଁ।

ରାଷ୍ଟ୍ରପତି ହେବାର ଏକ ବର୍ଷ ପୂର୍ତ୍ତୀ ଅବସରରେ ଉଦ୍‌ବୋଧନ ଦେବା ବେଳେ ସେ କହିଛନ୍ତି, ୨୦ ବର୍ଷ ପରେ ଆଫଗାନିସ୍ତାରୁ ଚାଲି ଆସିବାର ସରଳ ଉପାୟ ନ ଥିଲା। ଯେତେ ବେଳେ ହେଉ, ଯେମିତି ହେଉ ଚାଲି ଆସିବାରେ କିଛି ଯାଏ ଆସେ ନାହିଁ। ତେଣୁ, ମୁଁ ଯାହା କରିଛି ସେଥିପାଇଁ କ୍ଷମାପ୍ରାର୍ଥୀ ନୁହେଁ।

କିନ୍ତୁ, ଅଗଷ୍ଟ ମଧ୍ୟଭାଗରେ ତାଲିବାନ୍‌ ନିୟନ୍ତ୍ରଣକୁ ଚାଲିଯିବା ପରେ ଆଫଗାନିସ୍ତାନରେ ଉପୁଜିଥିବା ସଙ୍କଟ ପାଇଁ ସେ ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ତାଲିବାନ୍‌ର ଅପାରଗତା ଫଳରେ ଆଫଗାନିସ୍ତାନରେ ଯାହା ସବୁ ଘଟୁଛି, ସେଥିପାଇଁ ମତେ ଭାରି ଖରାପ ଲାଗୁଛି। ବିମାନ ବନ୍ଦରରେ ଧାଡ଼ିବାନ୍ଧି ଥିବା ମହିଳା ଓ ପୁରୁଷଙ୍କୁ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇ ମାରିବା କଥା ମତେ ଭୀଷଣ ବ୍ୟଥିତ କରୁଛି।

ପୂର୍ବ ପ୍ରଶାସନର ବିଫଳତା ଯୋଗୁଁ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ବାଇଡେନ୍‌ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com