ବାଣିଜ୍ୟ

ମୋ ସରକାର ଅଧିନକୁ ଆସିଲା ଆଉଟ୍ ସୋର୍ସିଂ ସଂସ୍ଥା

ଭୁବନେଶ୍ୱର, ୦୭/୦୨/୨୦୨୩ –   ଆଉଟ୍ ସୋର୍ସିଂ କର୍ମଚାରୀଙ୍କ  ପାଇଁ ଆସିଛି ଖୁସି ଖବର । ମୋ ସରକାର ତାଲିକା ଭୁକ୍ତ ହୋଇଛି ଆଉଟ୍ ସୋର୍ସିଂ ସଂସ୍ଥା । ଏଣିକି ଆଉ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ମନ ଇଚ୍ଛା ହୁକୁମ ଜାରି କରିପାରିବେ ନାହିଁ ସଂପୃକ୍ତ ସଂସ୍ଥା । ଏହାସହ ଠିକ୍ ସମୟରେ ଦରମା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ଯେଉଁ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ESI ଓ EPF ଦେଉଥିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଚିଠିରେ ଥିବା ନିୟମ ଗୁଡ଼ିକୁ ପାଳନ ନକଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com