ଓଡ଼ିଶା

ଅଡ଼ୁଆରେ ପଡ଼ିଯିବେ କି ଚାଉଳିଆଗଞ୍ଜ ଆଇଆଇସି ?

କଟକ () କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଶଶିକାନ୍ତ ରାଉତଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ଆନନ୍ଦ ବିହାରର ଜଣେ ମହିଳା। ତାଙ୍କ ନାଁ ସସ୍ମିତା ଦାସ।

ସସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, ନିଜ ସମ୍ପର୍କୀୟଙ୍କ ସହ ତାଙ୍କର ଜମି ବିବାଦ ଲାଗି ରହିଛି। ଏ ନେଇ କୋର୍ଟରେ ମଧ୍ୟ ମାମଲା ଚାଲିଛି। ତେବେ କୋର୍ଟରେ ମାମଲା ଚାଲିଥିବା ବେଳେ ଗତ ୨୨ ତାରିଖରେ ଚାଉଳିଆଗଞ୍ଜ ଥାନା ଆଇଆଇସି ତାଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏହି ସମୟରେ ଘରେ ତାଙ୍କ ସ୍ୱାମୀ ନଥିଲେ।

ସେ ଅଭିଯୋଗ କରିଛନ୍ତି ଯେ ଆଇଆଇସି ଶିକାନ୍ତ ରାଉତ ତାଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ଘର ଛାଡ଼ିବାକୁ ଧମକ ଦେଇଥିଲେ। ନହେଲେ ଘରର ଆସବାବପତ୍ର ଫିଙ୍ଗି ଦିଆଯିବ ବୋଲି କହିଥିଲେ।

ଏହି ଘଟଣା ନେଇ ଆଜି ସସ୍ମିତା କଟକ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଡିସିପିଙ୍କୁ ଭେଟି ଆଇଆଇସି ଶଶିକାନ୍ତ ରାଉତଙ୍କ ନାଁରେ ଅଭିଯୋଗ କରିବା ସହିତ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଉଥିବା ଡିସିସି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com