ଓଡ଼ିଶା

ଘରକୁ ଫେରୁଥିଲେ ଦମ୍ପତି, ହାଇୱା ପଛରେ ପିଟି ହୋଇଗଲା କାର୍‌

ଭଦ୍ରକ() ଭଦ୍ରକ ୧୬ନଂ ଜାତୀୟ ରାଜପଥ ବାରିକପୁର କାଳିତ୍ରା ମନ୍ଦିର ଛକ ନିକଟରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ଆଖି ବୁଜିଛନ୍ତି ସ୍ତ୍ରୀ ।

ସୂଚନା ଅନୁଯାୟୀ, ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଗତକାଲି ଭୁବେନେଶ୍ୱରରୁ ସୋର  ଅଭିମୁଖେ ଏକ କାର୍‌ ଯୋଗେ ଫେରୁଥିଲେ। ଭଦ୍ରକ 16 ନଂ ଜାତୀୟ ରାଜପଥ ବାରୀକପୁର କାଳିତ୍ରା ମନ୍ଦିର ଛକ ନିକଟରେ ପୂର୍ବରୁ ଏକ ବାଲି ବୋଝେଇ ହାଇୱା ଠିଆ ହୋଇଥିଲା। ଦ୍ରୁତ ଗତିରେ ଥିବା କାର୍‌ଟି ହାଇୱା ପଛରେ ପିଟି ହୋଇଥିଲା।

ଫଳରେ କାର୍‌ ଭିତରେ ବସିଥିବା  ମନୋଜ ଓ ବବିତା ଗୁରୁତର ହୋଇଥିବା ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମନୋଜଙ୍କ ଅବସ୍ଥା ଗୁରୁତର ଅଛି।  କାର୍‌ଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com